ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧୬୯

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): କମୁନି ସଂକ୍ରମଣ। ବଢୁଛି ଚିନ୍ତା। ମହାମାରୀ କରୋନା ସମସ୍ୟା ବଢ଼ାଇବାରେ ଲାଗିଛି। ଏଥିପାଇଁ ଆମ ଦେଶ ସମେତ ରାଜ୍ୟ ମଧ୍ୟ ଅହରହ ଯୁଦ୍ଧ କରୁଛି। କିନ୍ତୁ ଏହାରି ମଧ୍ୟରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୯ରେ ପହଞ୍ଚି ଗଲାଣି।

ସୂଚନା ଅନୁସାରେ ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୬ କରୋନା ପଜିଟିଭ। ସେ ମଧ୍ୟରୁ ଯାଜପୁରରୁ ୪ ଜଣ ଓ ଭଦ୍ରକରୁ ୨ ଜଣ ଅନ୍ତର୍ଭୁକ୍ତ। ଏହାପରେ କେବଳ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨କୁ ବୃଦ୍ଧି ଘଟିଥିବାବେଳେ ଭ୍ରଦକ ଜିଲ୍ଲାରେ ସଂଖ୍ୟା ୨୧କୁ ବୃଦ୍ଧି ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସବିଶେଷ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ ଛୁଇଁଛି। ତେବେ ସେଥିମଧ୍ୟରୁ ୧୦୮ଜଣ ଚିକିତ୍ସାଧୀନ ରହିଥିବାବେଳେ ୬୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉଜଣେ ପ୍ରାଣ ହରାଇଛନ୍ତି।

Leave a Reply

Your email address will not be published. Required fields are marked *