ଇଭିଏମ୍ ତ୍ରୁଟି, ମତଦାନ ବିଳମ୍ବ
ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଆରମ୍ଭ ହୋଇଛି ପୌର ନିର୍ବାଚନ । ହେଲେ ବଭିନ୍ନ ବୁଥରେ ମତଦାନ ଆରମ୍ଭରୁ ଇଭିଏକ୍ ତ୍ରୁଟି ଦେଖାଦେଇଛି । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ବୁଥରେ ଇଭିଏମ୍ ତ୍ରୁଟି ଦେଖିବାକୁ ମିଳିଛି । ଫଳରେ ଭୋଟର ମାନେ ଅସନ୍ତୋଷ ଜାହିର କରିଛନ୍ତି । ଇଭିଏମ୍ ଖରାପ ଯୋଗୁ ଲୋକ ମାନେ ବହୁ ସମୟ ଧରି ଅପେକ୍ଷା କରିରହିଛନ୍ତି । ବିଏମସିର ୪୨ ନମ୍ବର ୱାର୍ଡର ୪୩୨ ନମ୍ବର ବୁଥରେ ଇଭିଏମ୍ ଖରାପ ଯୋଗୁ ମତଦାନ ବିଳମ୍ବ ହେଉଛି । ସେହିପରି ନୟାପଲ୍ଲୀରେ ମଧ୍ୟ ଦେଖାଦେଇଛି ସମାନ ଅବସ୍ଥା । ୪୦୮ ନଂ ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି । କଟକ ଜିଲ୍ଲା ଆଠଗଡ଼ରେ ମଧ୍ୟ ଇଭିଏମକୁ ନେଇ ଦେଖାଦେଇଛି ତ୍ରୁଟି ସମସ୍ୟା । ଇଭିଏମରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ୩ ନମ୍ବର ୱାର୍ଡର ୩ନଂ ବୁଥରେ ମତଦାନ କରିପାରୁ ନାହାନ୍ତି ମତଦାତା ।