ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ, ପାସ ହାର ୭୮.୭୬%
ଭୁବନେଶ୍ବର, (ଓଡିଶା ଟାଇମ୍) : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ପାସ ହାର ୭୮.୭୬% ରହିଛି। ଭିଡିଓ ରିଲିଜ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି।
ଚଳିତ ବର୍ଷ ରାଜ୍ୟର ପ୍ରାୟ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ତେବେ କରୋନା ମହାମାରୀ ଯୋଗୁଁ ଅସ୍ବାଭାବିକ ସ୍ଥିତିରେ ଖାତା ଦେଖା ହୋଇଥିବାରୁ ସଠିକ୍ ମୂଲ୍ୟାୟନ ନେଇ ଆଶଙ୍କାରେ ଅଭିଭାବକ । କିନ୍ତୁ ରେଜଲ୍ଟକୁ ନେଇ ବେଶ୍ ଆଶାବାଦୀ ଥିଲେ ଛାତ୍ରଛାତ୍ରୀ ।
ତେବେ ଛାତ୍ରଛାତ୍ରୀମାନେ ରେଜଲ୍ଟ ସମ୍ବନ୍ଧୀୟ ତଥ୍ୟ ପାଇଁ ବୋର୍ଡ ପକ୍ଷରୁ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି କଣ୍ଟ୍ରୋଲ ରୁମ୍ ଖୋଲା ରହିବ । ଏଥିପାଇଁ ୨ଟି ନମ୍ବର ଜାରି କରାଯାଇଛି । କରୋନା ପାଇଁ ମାନସିକ ବିଷାଦର ବାତାବରଣ ଥିବାରୁ, ଆଶାନୁରୂପ ଫଳ ହାସଲ କରିପାରିନଥିବା ଛାତ୍ରଛାତ୍ରୀଙ୍କ ପ୍ରତି ପରିବାର ସଦସ୍ୟ ସହାନୁଭୂତି ଦେଖାଇବା ପାଇଁ ଶିକ୍ଷାବିତ୍ ପରାମର୍ଶ ଦେଇଛନ୍ତି ।