ଆଜି ହାଇକୋର୍ଟ ବାର୍ ନିର୍ବାଚନ, ମଇଦାନରେ ୩୬ ପ୍ରାର୍ଥୀ

କଟକ, (ଓଡିଶା ଟାଇମ୍): ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ମଇଦାନରେ ୩୬ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବାବେଳେ ସଭାପତି ପଦ ପାଇଁ କାଳୀପ୍ରସନ୍ନ ମିଶ୍ର, ପ୍ରଦୀପ୍ତ କୁମାର ମହାନ୍ତି, ସୁରେନ୍ଦ୍ରନାଥ କର ଏବଂ ଉପସଭାପତି ପଦ ପାଇଁ ବିଦ୍ୟାଧର ପ୍ରଧାନ ଓ କ୍ଷୀରୋଦ କୁମାର ରାଉତ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେହିଭଳି ଭାବେ ସମ୍ପାଦକ ପଦ ପାଇଁ ଆଲୋକ ପ୍ରସାଦ ନନ୍ଦ, ଦିଲ୍ଲୀପ କୁମାର ରାୟ, ପ୍ରଶାନ୍ତ କୁମାର ସାହୁ, ରଣଜିତ ମହାନ୍ତି, ସଂଜତ କୁମାର ଦାସ, ସୁସ୍ମିତା ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପଦ ଲାଗି ଅଶୋକ କୁମାର ଆପଟ, ଉଦିତ ରଞ୍ଜନ ଜେନା, ସହକାରୀ ସମ୍ପାଦକ ପଦ ପାଇଁ ଦୀପକ ପ୍ରଧାନ, ରଶ୍ମିରଞ୍ଜନ ମିଶ୍ର, ସରୋଜକାନ୍ତ ମଣ୍ଡଳ, ସହକାରୀ ସମ୍ପାଦକ (ପାଠାଗାର) ପଦ ପାଇଁ ଅନିତା ନନ୍ଦ, ଜାନକୀକାନ୍ତ ମହାପାତ୍ର, ରାଜକୁମାର ସୂତାର ଓ ୯ଟି କାର୍ଯ୍ୟନିର୍ବାହୀ ସଦସ୍ୟ ପଦ ପାଇଁ ୧୭ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ହାଇକୋର୍ଟ ବାର୍ ଆସୋସିଏସନର ୪ ହଜାର ୩୯୮ଜଣ ସଦସ୍ୟ ଏହି କର୍ମକର୍ତ୍ତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

Leave a Reply

Your email address will not be published.