ଅମ୍ପନ ପ୍ରଭାବିତ ପଶ୍ଚିମବଙ୍ଗୋକୁ ସହାୟତାର ହାତ ବଢାଇଲା ଓଡିଶା
ଭୁବନେଶ୍ୱର,(ଓଡିଶା ଟାଇମ୍) : ବାତ୍ୟା ଅମ୍ପନରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମବଙ୍ଗୋ । ଉଦ୍ଧାର କାର୍ଯ୍ୟ ଓ ରିଲିଫ ନିମନ୍ତେ ଓଡିଶା ସରକାରଙ୍କ ପକ୍ଷରୁ ୩୦୦ ଅଗ୍ନିଶମ କର୍ମଚାରୀ ଓ ୧୦ଟି ଓଡ୍ରାଫ ଟିମଙ୍କ ସହ ୫୦୦ ଜଣ କର୍ମଚାରୀଙ୍କୁ ପଠାଇଛନ୍ତି ରାଜ୍ୟ ସରକାର । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ସୂଚନା ଦେଇଛନ୍ତି । ୨୦ ତାରିଖରେ ହୋଇଥିବା ବାତ୍ୟା ଅମ୍ପନ ଯୋଗୁ ପଶ୍ଚିମବଙ୍ଗୋର କୋଲକାତା, ହାଓଡ଼ା, ଦକ୍ଷିଣ ଚବିଶ ପ୍ରଗଣା ସମେତ ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି । ସେହିପରି ଘରଦ୍ୱାର ନଷ୍ଟ ହୋଇଛି । ବାତ୍ୟା ପରେ ମରାମତି କାର୍ୟ୍ୟ ସହ ଜନଜୀବନ ସ୍ୱାଭାବିକ କରିବା ଲାଗି ଏନ୍ଡିଆରଏଫ୍ ଯବାନ ମୁତୟନ ଥିବାବେଳେ ଓଡ଼ିଶା ସରକାର ସହାୟତାର ହାତ ବଢ଼ାଇଛନ୍ତି । ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ସହ ରାଜ୍ୟରେ ପ୍ରଶିକ୍ଷିତ ଅଗ୍ନିଶମ କର୍ମଚାରୀମାନେ ପଶ୍ଚିମବଙ୍ଗୋ ଅଭିମୁଖେ ଗ୍ରସ୍ତ କରି ରାସ୍ତା ସଫା କରିବା ସହ ଗଛ କଟା କାର୍ଯ୍ୟରେ ନିୟୋଜିତ ହେବେ ।