କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
ଭୁବନେଶ୍ବର,(ଓଡିଶା ଟାଇମ୍) : ଘରୋଇ ଲ୍ୟାବ ପାଇଁ କରୋନା ଟେଷ୍ଟ ଫି’ର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର। ଏଣିକି ମାତ୍ର ୪୦୦ ଟଙ୍କାରେ ଘରୋଇ ଲ୍ୟାବରେ ଆପଣ କରୋନା ଆରଟି-ପିସିଆର ଟେଷ୍ଟ କରିପାରିବେ। ଜିଏସଟି ସହିତ ଘରୋଇ ଲ୍ୟାବ୍ ଟେଷ୍ଟ ଫି ୪୦୦ ଟଙ୍କା ରଖିବେ ବୋଲି ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର ।
ଆରଏମଆରସି ତତ୍ତ୍ୱାବଧାନରେ ଆରଟି-ପିସିଆର ଟେଷ୍ଟ ହେବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି ହୋଇଛି । ତେବେ ପୂର୍ବରୁ ୧୨୦୦ ଟଙ୍କାରେ ଘରୋଇ ଲ୍ୟାବରେ କରୋନା ଟେଷ୍ଟ ହେଉଥିଲା ।