ମାଓପ୍ରବଣ ଜିଲା ତାଲିକାରୁ ବାଦ ପଡ଼ିଲା ୫ ଜିଲା

ଭୁବନେଶ୍ବର, (ଓଡିଶା ଟାଇମ୍) : ନକ୍ସଲ ପ୍ରଭାବିତ ସୁରକ୍ଷା ସଂପର୍କିତ ଖର୍ଚ୍ଚ (ଏସଆରଇ) ଜିଲ୍ଲା ତାଲିକାରୁ ୫ଟି ଜିଲ୍ଲା ବାଦ୍ ପଡ଼ିଥିବା ନେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଏହାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଥିବା ନେଇ ବି ସେ ସୂଚନା ଦେଇଛନ୍ତି।

ରାଜ୍ୟର ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ ଓ ନୟାଗଡ ମାଓପ୍ରବଣ ଜିଲା ତାଲିକାରୁ ବାଦ୍ ପଡିଥିବା ପୁଲିସ ମହାନିର୍ଦେଶକ ଅଭୟ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି। ରାଜ୍ୟରେ ମାଓବାଦୀଙ୍କ ଗତିବିଧି କମୁଛି । ଏହାକୁ ଦୃଷ୍ଟିରେ ରଖି ମାଓବାଦୀ ପ୍ରଭାବିତ ଏସଆରଇ ଜିଲା ତାଲିକାରୁ ପାଞ୍ଚଟି ଜିଲାକୁ ବାଦ ଦେଇଛନ୍ତି ରାଜ୍ୟ ସରକାର ।

ରାଜ୍ୟରୁ ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଉଥିବା କାରଣରୁ ରାଜ୍ୟ ସରକାର ୫ ଜିଲାକୁ ମାଓପ୍ରବଣ ଜିଲା ତାଲିକାରୁ ବାଦ୍ ଦେଇଛନ୍ତି। ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ ଓ ନୟାଗଡ ଜିଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇଛି। ସେସବୁ ଜିଲାରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ରହିଛି । ପୂରା ରାଜ୍ୟକୁ ମାଓବାଦୀ ମୁକ୍ତ କରିବା ପାଇଁ ଓଡ଼ିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି ଡିଜିପି ଟ୍ବିଟରେ ଲେଖିଛନ୍ତି।

 

Leave a Reply

Your email address will not be published.