ଓଡ଼ିଶାରେ ୩୦ ଜୁନ୍ ଯାଏ ଲକ୍ଡାଉନ୍ କଟକଣା, ୩୧ ଜୁଲାଇ ଯାଏ ସ୍କୁଲ୍, କଲେଜ ବନ୍ଦ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ ଲକ୍ଡାଉନ୍ କଟଣାକୁ ସରକାର ୩୦ ଜୁନ୍ ଯାଏ ସମ୍ପ୍ରସାରଣ କରିଛନ୍ତି। ଅର୍ଥାତ୍ ଏହି ସମୟ ଯାଏ କୌଣସି ମନ୍ଦିର, ଦେବାଳୟରେ ସାଧାରଣ ପୂଜାର୍ଚନା, ଶପିଂମଲ୍, ସିନେମା ହଲ୍ ଖୋଲିବ ନାହିଁ। ଜନସାଧାରଣଙ୍କ ସ୍ଵାସ୍ଥ୍ୟ ନିରାପଦ ରଖିବା ଲାଗି ଏହି ନିଷ୍ପତ୍ତି ନେଇଥିବା ମୁଖ୍ୟ ସଚିବ ଅସିତ ତିପାଠୀ କହିଛନ୍ତି। ଏହା ସହ ସ୍କୁଲ୍ କଲେଜ ଓ ଶିକ୍ଷାନୁଷ୍ଠାନ ବାବଦରେ ସରକାର ୩୧ ଜୁଲାଇ ଯାଏ କଟକଣା ବୃଦ୍ଧି କରିଛନ୍ତି। କୌଣସି ସ୍ଥାନରେ ଅଧିକ ଜନସାଧାରଣଙ୍କ ସମାଗମକୁ ସରକାର ପ୍ରତିବନ୍ଧକ ଲଗାଇଛନ୍ତି।
ଜୁନ୍ ମାସ ଆମ ପାଇଁ ସବୁଠାରୁ ବିପଜ୍ଜନକ। ଏହି ସମୟରେ ଓଡ଼ିଶାକୁ ଅଧିକ ପର୍ଯ୍ୟଟକ ବା ଆଗନ୍ତୁକ ଆସୁଥିବାରୁ ଏହି ନିଷ୍ପତ୍ତି ନିଆଯାଇ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।ସମସ୍ତ ବିଶାଳ ସମାଗମକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଜି ସନ୍ଧ୍ୟାରେ ଏ ନେଇ ନିର୍ଦେଶାବଳୀ ମୁକ୍ତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଜୀବନ ଓ ଜୀବୀକା ଭିତରେ ସନ୍ତୁଳନ ରକ୍ଷା କରିବା ପାଇଁ ଆମେ ଏହି କଟକଣା ବୃଦ୍ଧି କରିଛୁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।
ଆମେ ଆନୁଷ୍ଠାନିକ କ୍ଵାରେଣ୍ଟୀନ୍ ବାଧ୍ୟତାମୂଳକ କରିଛୁ। ଭାରତ ସରକାରଙ୍କ ଦ୍ଵାରା ତାହା ନିର୍ଦ୍ଧାରଣ କରାଯାଇ ନଥିଲା। ଆମେ ଏପରି ଅଧିକ ସତର୍କତା ଗ୍ରହଣ କରି ରାଜ୍ୟରେ କରୋନା ସଂକ୍ରମଣକୁ ଅବରୋଧ କରିବା ପାଇଁ ସରକାର ଚାହିଁଛନ୍ତି।
ଏହି କଟକଣା ଅନୁସାରେ
- କୌଣସି ଧାର୍ମିକ ଅନୁଷ୍ଠାନରେ ସାଧାରଣ ପୂଜାର୍ଚନା ୩୦ ଜୁନ୍ ଯାଏ ଖୋଲିବ ନାହିଁ।
- ଏହି ସମୟ ଯାଏ ଶପିଂ ମଲ୍ ବି ଖୋଲିବ ନାହିଁ। ୩୦ ପ୍ରତିଶତ ହୋଟେଲ୍ କେବଳ ଆଭ୍ୟନ୍ତରୀଣ ଅତିଥିଙ୍କ ଲାଗି ଖୋଲା ରହିବ।
- ୩୦ ଜୁନ୍ ଯାଏ ଆନ୍ତର୍ଜାତୀୟ ବିମାନରେ ଆସୁଥିବା ଲୋକଙ୍କ ଆଗମନକୁ ବନ୍ଦ କରାଯାଇଚି ।ରାଜ୍ୟରେ ଯେତିକି ବିମାନ ଚାଲିଛି ତାହାକୁ ଅନୁମତି ରହିଛି। ଅଧିକ ବିମାନ ଆନ୍ତର୍ଜାତୀୟ ବିମାନ ଆଗମନକୁ ବନ୍ଦ କରାଯାଇଛି।
- ସ୍ଵିମିଂ ପୁଲ୍, ସିନେମା ହଲ୍ ଅଡିଟୋରିୟମ, ସାମାଜିକ, ଖେଳ ପ୍ରଭୃତି ଯେଉଁଠାରେ ଅଧିକ ଲୋକଙ୍କ ସମାଗମ ହୁଏ ତାହା ମଧ୍ୟ ୩୦ ଜୁନ୍ ଯାଏ ଅନୁମତି ପାଇବ ନାହିଁ। ସ୍କୁଲ୍ କଲେଜ, ଶିକ୍ଷାନୁଷ୍ଠା ୩୧ ଜୁଲାଇ ଯାଏ ବନ୍ଦ ରହିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।