ତୃତୀୟ ପର୍ଯ୍ୟାୟରେ ୭୮.୬% ମତଦାନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ସରିଛି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଗତକାଲି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ, ଏହି ପର୍ଯ୍ୟାୟରେ ୭୮.୬% ମତଦାନ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୁବର୍ଣ୍ଣପୁରରୁ ସର୍ବାଧିକ ୮୭.୪୪ ପ୍ରତିଶତ ମତଦାନ ହୋଇଛି ବୋଲି ସୂଚନା ଦେଇଛି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ । ତାହା ସହ ମତଦାନକୁ ନେଇ ଦ୍ୱି୍‍ତୀୟ ସ୍ଥାନରେ ରହିଛି ନବରଙ୍ଗପୁର । ନବରଙ୍ଗପୁରରେ ୮୬.୩୩% ମତଦାନ ହୋଇଛି । ସେହିପରି କୋରାପୁଟରୁ ୮୪.୭୮% ଭୋଟର ନିଜର ମତସାବ୍ୟସ୍ତ କରିଛନ୍ତି ।

Leave a Reply

Your email address will not be published.