ବାତ୍ୟା ଅସାନି: ୯ରେ ପବନ, ୧୦ରେ ବର୍ଷା

ଭୁବନେଶ୍ୱର,(ଓଡ଼ିଶା ଟାଇମ୍):ଦ କ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ‘ଅସାନି’ ଗତ ୬ ଘଣ୍ଟା ମଧ୍ୟରେ ୧୩ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଜିର ସକାଳ ୮.୩୦ ମିନିଟ ସୁଦ୍ଧା ନିକୋବର (ନିକୋବର ଦ୍ୱୀପପୁଞ୍ଜ)ର ପଶ୍ଚିମ-ପଶ୍ଚିମ ଦିଗରେ ୪୮୦ କିଲୋମିଟର, ପୋର୍ଟ ବ୍ଲେୟାର ଠାରୁ ୪୦୦ କିଲୋମିଟର, ବିଶାଖାପାଟନମର ଦକ୍ଷିଣ-ପୂର୍ବରେ ୯୪୦ କିଲୋମିଟର ଏବଂ ପୁରୀ ଠାରୁ ୧୦୦୦ କିଲୋମିଟର ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ରହିଛି।

ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପକୂଳରେ ଏକ ଭୟଙ୍କର ସାମୁଦ୍ରିକ ଝାଡରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ମେ’ ୧୦ ସନ୍ଧ୍ୟା ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରୁ ପଶ୍ଚିମବଙ୍ଗ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ସମ୍ଭାବନା ରହିଛି। ପରେ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଫେରି ଓଡ଼ିଶା ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ଯିବା ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଆଗାମୀ ୧୦ ତାରିଖରେ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ୭ -୧୧ ସେମି ବର୍ଷା ସମ୍ଭାବନା ରହିଛି। ମେ’ ୧୦ ସନ୍ଧ୍ୟା ଠାରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଗଜପତି, ଗଞ୍ଜାମ ଏବଂ ପୁରୀର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତା ପରଦିନ ଅର୍ଥାତ ମେ’ ୧୧ରେ ଉପକୂଳ ଓଡ଼ିଶାରେ ବର୍ଷା ସହ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କଟକ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave a Reply

Your email address will not be published. Required fields are marked *