ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୨୧୯, ରେଡ୍‌ ଜୋନ୍‌ରେ ଗଞ୍ଜାମ, ଅରେଞ୍ଜରେ ମୟୁରଭଞ୍ଜ ଓ ଜଗତସିଂହପୁର

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ଆଜି ସକାଳ ୭ଟାରେ ଯେଉଁ ସଂଖ୍ୟା  ୨୦୫ ଥିଲା ତାହା ସନ୍ଧ୍ୟା୭ଟା ବେଳକୁ ୨୧୯ରେ ପହଞ୍ଚିଛି। ଅର୍ଥାତ୍‌ ଗଲା ୧୨ ଘଣ୍ଟାରେ ୧୪ଜଣ ନୂଆ ଶରୀରରେ କରୋନା ଭୁତାଣୁ ଠାବ କରାଯାଇଛି। ଏହି ନବ ଚିହ୍ନିତ କରୋନା ରୋଗୀଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ୭ ଜଣ ଥିବା ବେଳେ ଭୁବନେଶ୍ଵରରୁ ୩, ବାଲେଶ୍ଵରରୁ ୨ ଏବଂ ମୟୁରଭଞ୍ଜ ଓ ଜଗତସିଂହପୁରରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। 

ଗଞ୍ଜାମ ଜିଲ୍ଲାରୁ ଚିହ୍ନିତ ସମସ୍ତ ୭ଜଣ ସୁରାଟ୍‌ ଫେରନ୍ତା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ମୟୁରଭଞ୍ଜ ଓ ବାଲେଶ୍ଵରର ୩ଜଣ କରୋନା ରୋଗୀ ସୁରାଟ୍‌ ଫେରନ୍ତା ହୋଇଥିବା ବେଳେ ଜଗତସିଂହପୁରର ରୋଗୀ କୋଲକତା ଖେରନ୍ତା ବୋଲି ସ୍ପଷ୍ଟ କରାଯାଇଛି।

ଭୁବନେଶ୍ଵରରୁ ନୂଆକରି ଚିହ୍ନିତ ରୋଗୀମାନଙ୍କ ଭିତରୁ ତିନିଜଣଯାକ ପୁରୁଷ ରୋଗୀ। ଜଣଙ୍କ ଘର ମଞ୍ଚେଶ୍ଵର ହୋଇଥିବା ବେଳେ ଆଉଜଣେ ଭିଏସ୍‌ଏସ୍‌ ନଗର ଏବଂ ଆଉଜଣେ ସୂର୍ଯ୍ୟ ନଗରର ବୋଲି ଜରଶପଡ଼ିଛି। ପୂର୍ବରୁ ସୂର୍ଯ୍ୟନଗର ଅବରୋଧ ଅଞ୍ଚଳ ଭାବେ ଚିହ୍ନିତ ହୋଇଥିଲା।

ବଦଳିଲା ଜୋନ୍‌

ରାଜ୍ୟରେ ଏଭଳି ଦ୍ରୁତ ଅଭିବୃଦ୍ଧିକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଡ୍‌ ଜୋନ୍ ବା ଅତି ସଂକ୍ରମଣଶୀଳ‌ କଟକଣା ସବୁକୁ ଗଞ୍ଜାମ  ଜିଲ୍ଲାରେ ଲାଗୁ କରାଯାଇଛି। ସେହିପରି   ଜଗତସିଂହପୁର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ଜୋନ୍‌ ବା ସଂକ୍ରମଣ ଶୀଳ ଅଞ୍ଚଳ ତାଲିକାରେ ସାମିଲ୍‌ କରାଯାଇଛି।

ପୂର୍ବରୁ ଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲା ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କୁ  ରେଡ୍ ଜୋନ୍ ଭାବରେ  ଚିହ୍ନିତ କରାଯାଇଥିଲା।

ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଦ୍ବାରା ବିଭିନ୍ନ ଜୋନ୍ ପାଇଁ ପ୍ରଚଳିତ ସମସ୍ତ ସର୍ତ୍ତଗୁଡିକ ଜିଲ୍ଲା ଓ ପୌର ସଂସ୍ଥା ନିଗମରେ ପାଳନ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି।

 

#OdishaCoronaUpdate: ୨୪ ଘଣ୍ଟାରେ ୨୮ କରୋନା ପଜିଟିଭ୍‌, ମୟୁରଭଞ୍ଜ ଓ ଜଗତସିଂହପୁରକୁ ବଢ଼ିଲା

 

Leave a Reply

Your email address will not be published.