କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିରୁଦ୍ଧରେ ପିସିସି ପକ୍ଷରୁ କ୍ଷେତ ବଂଚାଅ ଶୋଭାଯାତ୍ରା

ଭୁବନେଶ୍ବର, (ଓଡିଶା ଟାଇମ୍) :କେନ୍ଦ୍ର ବିଜେପି ସରକାର ଦେଶର କୃଷି, କୃଷକ ଓ ଶ୍ରମିକମାନଙ୍କ ସ୍ୱାର୍ଥକୁ ସଂପୂର୍ଣ୍ଣ ରୂପେ ଅଣଦେଖା କରି ୩ ଗୋଟି ବିଧେୟକ ସଂସଦରେ ପାରିତ କରି ଆଇନ୍‌ରେ ପରିଣତ କରିଛନ୍ତି । କୃଷି ଓ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏବଂ ଉକ୍ତ ଆଇନ୍‌ର ପ୍ରତ୍ୟାହାର ଦାବିରେ ଖୁବ୍ ନିକଟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀ ପଞ୍ଜାବ ଓ ହରିୟାଣା ରାଜ୍ୟରେ ବିଶାଳ ‘କ୍ଷେତ ବଂଚାଅ ଶୋଭଯାତ୍ରା’ରେ ଯୋଗ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଚଳାଇ ରଖିବା ପାଇଁ ନିଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟ୍ରାକ୍ଟର ଶୋଭାଯାତ୍ରା ଅନୁ ିତ ହୋଇଯାଇଛି । ଏଥିରେ କଂଗ୍ରେସ ପ୍ରଭାରୀ ସାଂସଦ ଡ. ଏ. ଚେଲାକୁମାର ଯୋଗଦେଇ କହିଛନ୍ତି ଯେ କୃଷକ ଓ ଶ୍ରମିକମାନଙ୍କ ଉନ୍ନତି ଓ ସ୍ୱାର୍ଥରକ୍ଷା ପାଇଁ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇଛି ।

ସେହିପରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ କହିଲେ ଯେ ଯଦି ସରକାରଙ୍କର ଚାଷୀଙ୍କ ପ୍ରତି ତିଳେମାତ୍ର ଆନ୍ତରିକତା ଅଛି ତେବେ ଛତିଶଗଡ ସରକାର ଯେପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫୦୦ ଟଙ୍କା କରିଛନ୍ତି ସେହିପରି ଓଡିଶାରେ କରିବେକି ବୋଲି ପ୍ରଶ୍ନ କରିବା ସହିତ ୨୫୦୦ ଟଙ୍କା ତଳକୁ ଯିଏ କିଣିବ ବା ବିକ୍ରୀ କରିବ, ତା ପ୍ରତି ଜେଲ୍ ଦଣ୍ଡାଦେଶ ସହିତ ଅର୍ଥ ଦଣ୍ଡାଦେଶର ନିୟମ କଲେ ପ୍ରକୃତରେ ରାଜ୍ୟ ସରକାରଙ୍କର ଚାଷୀମାନଙ୍କ ପ୍ରତି ଦରଦ ଅଛି ବୋଲି ଜଣାପଡ଼ିବ ।

ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ ବାହାରି କଟକ ପ୍ରତାପନଗରୀ ଦେଇ କଟକ ଅଭିମୁଖେ ଯାତ୍ରା କରିଥିଲା । ଏହି ଶୋଭାଯାତ୍ରା କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଂଚିବା ପରେ ନୂତନ କାର୍ଯ୍ୟାଳୟକୁ ଡ. ଚେଲାକୁମାର ଓ ପିସିସି ସଭାପତି ଉଦ୍‌ଘାଟନ କରିଥିବା ବେଳେ ନବନିଯୁକ୍ତ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ମାନସ ଚୌଧୁରୀ ସମସ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରିଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସାଂସଦ ସପ୍ତଗିରି ଉଲାକା, କଂଗ୍ରେସ ନେତା ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ଗଣେଶ୍ୱର ବେହେରା, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ଅମୀୟ ପଟ୍ଟନାୟକ, ରଶ୍ମି ମହାପାତ୍ର, ଜାନକୀବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ୍ ଦାସ, ମନୋରଞ୍ଜନ ଦାଶ, ଶମ୍ଭୁ ପାଣିଗ୍ରାହୀ, ଅଜିତ୍ ମଙ୍ଗରାଜ, ହଳଧର ସେଠୀ, ବିଷ୍ଣୁଚରଣ ବାରିକ, ଦୀପକ ମହାପାତ୍ର, ଦେଓ ପ୍ରସାଦ, ସଂକୁନା କହଁର, ସୁଶାନ୍ତ ତ୍ରିପାଠୀ, ସୂର୍ଯ୍ୟନାରାୟଣ ପଣ୍ଡା, ବନ୍ଦିତା ପରିଡା, ମଧୁସ୍ମିତା ସେଠୀ, କନକଲତା ମଲ୍ଲିକ, କୁସୁମ ପ୍ରଧାନ, ଶ୍ରୀୟାସ୍ମିତା ପଣ୍ଡା, ଦେବୀପ୍ରସାଦ ବାହାଲିଆ, ଅଜୟ ସାମଲ, ଲିଙ୍ଗରାଜ ସାହୁ, ଭାଗୀରଥି ବେହେରା, ରତ୍ନମଣି ଉଲାକା, ଆଲୋକ ମହାନ୍ତି, ରାଜକିଶୋର ବାରିକ, ଦୀପକ ସାହୁ, ଜୟକୃଷ୍ଣ ସୁବୁଦ୍ଧି, ମନୋଜ ସାହୁ, ନିରଞ୍ଜନ ନାୟକ, ଆଦିତ୍ୟ ପ୍ରୀତମ୍ ଦାସ, ଏମ୍‌.ଡି. ଶାହାଦୁଲ୍ଲା, ସଂଜୟ ମିଶ୍ର, ନାସିର ଖାନ୍‌, ସୁବାସ ପ୍ରଧାନ, ସାଗର ପରିଡା, ତାପସ ସେଠୀ, ସନ୍ଧ୍ୟାରାଣୀ ଦାସ, ଅଜିତ୍ ଦାସ, ଗୁରୁବକ୍ସ ସିଂ ଆଲୁଆଲିଆ, ଖଗେଶ୍ୱର ମଲ୍ଲିକ ଓ ସ୍ୱରୂପା ତ୍ରିପାଠୀ ପ୍ରମୁଖ ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *