ଆଜି ସନ୍ଧ୍ୟା ସାଢ଼େ ୬ଟାରେ କ’ଣ କହିବେ ମୁଖ୍ୟ ଶାସନ ସଚିବ ?

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ସନ୍ଧ୍ୟା ୬ଟା ୩୦ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସ୍‌ମିଟ୍‌ କରିବେ। ମୁଖ୍ୟ ଶାସନ ସଚିବ କରୋନା ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାର ସମ୍ଭାବନା ରହିଛି। ମେ’୧୮ରେ ଲକ୍‌ଡାଉନ୍ ଅବଧି ବୃଦ୍ଧି ନେଇ ମୁଖ୍ୟ ଶାସନ ସଚିବ ଘୋଷଣା କରିଥିଲେ ଓ ଲକ୍‌ଡାଉନ୍‌ ଅବଧିକୁ ଜୁନ୍ ୧ ଯାଏ ରାଜ୍ୟ ସରକାର ବଢ଼ାଇଥିଲେ। ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟ ସକାଳ ୭ଟାରୁ ୧୧ଟା ଯାଏ ରଖାଯାଇଛି। ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ କମାଇ ଦିଆଯାଇଛି।

ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଲଗାଯାଇଥିଲେ ମଧ୍ୟ କରୋନା ସ୍ଥିତିରେ ସେମିତି କିଛି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇ ନାହିଁ। ତେଣୁ ଚର୍ଚ୍ଚା ହେଉଛି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧି ବଢ଼ାଇ ପାରନ୍ତି। ବାତ୍ୟା ଓ ବର୍ଷା ଯୋଗୁ କିଛି ଜିଲ୍ଲାରେ ଟେଷ୍ଟିଂ ହୋଇନଥିଲା। ଟେଷ୍ଟିଂ କମିବା ସହିତ ଦୈନିକ ସଂକ୍ରମଣ ମଧ୍ୟ ହ୍ରାସ ପାଇଥିଲା। କିନ୍ତୁ ପୁଣି ଟେଷ୍ଟିଂ ବଢ଼ିବା ସହିତ ପଜିଟିଭ ସଂଖ୍ୟା ବଢ଼ୁଛି। ତେଣୁ କଟକଣା ବୃଦ୍ଧି ହେବାର ସମ୍ଭାବନା ରହିଛି। ଯାହା ଆଶା କରାଯାଉଛି, ଆଜି ସନ୍ଧ୍ୟାରେ ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି।

Leave a Reply

Your email address will not be published. Required fields are marked *