ଆଜି ଆସିବ ରାଜ୍ୟ ବଜେଟ୍, ରାଜ୍ୟର ଆୟ ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ଆସିବ ରାଜ୍ୟ ବଜେଟ୍ । ୨୦୨୧- ୨୨ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ । ଅପରାହ୍ନରେ ବିଧାନସଭାରେ ପେପରଲେସ ବଜେଟ ଉପସ୍ଥାପନ ହେବ । ଏଥର ବଜେଟ କଳେବର ୧ଲକ୍ଷ ୭୦ ହଜାର କୋଟି ଟପିବ ବୋଲି ସୂଚନା ମିଳିଛି । କରୋନା ସଂଙ୍କଟରେ ପଡିଥିବା ରାଜ୍ୟ ଅର୍ଥନୀତିରେ ସୁଧାର ଆଣିବା ଲାଗି ସରକାର ବଜେଟରେ ସ୍ବାସ୍ଥ୍ୟ, କୃଷି, ଗ୍ରାମାଞ୍ଚଳ ପର୍ଯ୍ୟଟନ ଓ ଭିତ୍ତିଭୂମି ବିକାଶ ଉପରେ ଅଧିକ ଫୋକସ ରହିବ ବୋଲି କୁହାଯାଉଛି ।

ଆଜି ରାଜ୍ୟର ଆୟ ବ୍ୟୟର ହିସାବ ରଖିବେ ନିରଞ୍ଜନ। ବିଧାନସଭାରେ ବଜେଟ୍ ଆଗତ କରିବେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ । ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିବେ। ଗତ ଆର୍ଥିକ ବର୍ଷରେ ସରକାର ୧ଲକ୍ଷ ୫୦ ହଜାର କୋଟିର ବଜେଟ ଆଣିଥିବା ବେଳେ ଏଥର ବଜେଟ ୨୦ ହଜାର କୋଟି ଟଙ୍କା ଅଧିକା । ମାନେ ୧୧.୧ ପ୍ରତିଶତ ବେଶୀ । ରାଜ୍ୟରେ କୋଭିଡ ସଙ୍କଟ ସତ୍ତ୍ବେ ଚଳିତ ବର୍ଷ ବଜେଟ ପରିମାଣ ବଢିଛି । ବଜେଟରେ ସ୍ବାସ୍ଥ୍ୟ , କୃଷି ବିକାଶ ସମତେ ଲୋକଙ୍କ ହାତକୁ କାମ ଦେବା ଲାଗି ସରକାର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେବେ । ତେବେ ଗାଁ ଅର୍ଥନୀତିକୁ ମଜଭୁତ କରିବା ଲାଗି ରାଜ୍ୟ ସରକାର ଏଥର ବଜେଟରେ ଗ୍ରାମାଞ୍ଚଳ ବଜେଟ ଉପରେ ଅଧିକ ଫୋକସ ଦେଉଥିବା କୁହାଯାଉଛି । ସାଧାରଣ ଲୋକଙ୍କ ପାଇଁ ରାଜ୍ୟ ସରକାର ବଜେଟ ଆଣିବେ ବୋଲି ବିଜେଡି କହିଛି ।

ସେପଟେ ବିରୋଧୀ କହିଛନ୍ତି ରାଜ୍ୟ ସରକାର କେବଳ ଭୋଟକୁ ଆଖିର ରଖି ବଜେଟ କଲେ ହେବନି । କିପରି ସାମଗ୍ରିକ ବିକାଶ ହେବ ସେଥିପାଇଁ ସବୁକ୍ଷେତ୍ରକୁ ଧ୍ୟାନ ଦେବା ଦରକାର । ଅର୍ଥ ହାତରେ ନଥାଇ ସରକାର କେବଳ ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି । ଏହାର ବାସ୍ତବ ସୁଫଳ ଲୋକଙ୍କ ପାଖରେ ପହଁଚୁନି । ସେପଟେ ଅର୍ଥନୀତି ବିଶେଷଜ୍ଞଙ୍କ କହିବା କଥା ସରକାରଙ୍କ ବଜେଟରେ ନିଯୁକ୍ତି ଉପରେ ଫୋକସ ରହିବା ଉଚିତ । ଲୋକଙ୍କ ହାତକୁ କାମ ଦେବାକୁ କୃଷି ଶିଳ୍ପ, କ୍ଷୁତ୍ର ଓ ମଧ୍ୟମ ଶିଳ୍ପ, ଉପରେ ଅଧିକ ଫୋକସ କରିବା ଦରକାର ।

Leave a Reply

Your email address will not be published. Required fields are marked *