ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅଭିଭାଷଣ ରଖିଛନ୍ତି । ଦିବଙ୍ଗତ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜ୍ୟପାଳ। ସହିଦ ଯବାନ ଓ କରୋନା ଯୋଦ୍ଧାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଚଳିତ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ଅଛନ୍ତି । ଗୃହରେ ରାଜ୍ୟପାଳ ଅଭିଭାଷଣ ରଖୁଥିବା ବେଳେ କୋଟିଆ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟ କକ୍ଷ ତ୍ୟାଗ କରିଥିଲେ । ଏହାସହ ବିଜେପି ସଦସ୍ୟ ମଧ୍ୟ କକ୍ଷ ତ୍ୟାଗ କରିଛନ୍ତି ।

ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି, ରାଜ୍ୟରେ କୋଭିଡ ମୁକାବିଲାକୁ ଦେଶ ବିଦେଶରେ ପ୍ରଶଂସା କରାଯାଇଛି । ଓଡିଶା କୋଭିଡ୍ ମୁକାବିଲାରେ ଅନ୍ୟମାନଙ୍କ ପାଇଁ ମଡେଲ୍ । ଜନ ସ୍ବାସ୍ଥ୍ୟ ଉପରେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ସରକାର। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଡ ସଫଳତା ପାଇଛି ଓଡିଶା।

କରୋନାବେଳେ ମାଗଣାରେ ଦିଆଯାଇଛି ରାସନ ସାମଗ୍ରୀ। ଗରିବ ଓ ପ୍ରବାସୀଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି। ଶିଶୁ ଓ ଗର୍ଭବତୀଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରାଯାଇଛି । ଶିଳ୍ପ କ୍ଷେତ୍ରରେ ଅନେକ ସଫଳତା ପାଇଛି ରାଜ୍ୟ । ସମାଜର ସବୁ ବର୍ଗ ପାଇଁ କାମ କରୁଛନ୍ତି ରାଜ୍ୟ ସରକାର । କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ ।

କ୍ରୀଡା ହବ୍ ପାଲଟିଛି ଓଡିଶା । ସୁନ୍ଦରଗଡରେ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ୍ । ସ୍ବାସ୍ଥ୍ୟ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ୧ ଲକ୍ଷ ପ୍ରବାସୀଙ୍କୁ ୮ ମାସ ରାସନ୍ ସାମଗ୍ରୀ ଦିଆଯାଇଛି । ମହିଳା ସଶକ୍ତିକରଣ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଭିନ୍ନକ୍ଷମ, ନିରାଶ୍ରୟ,ବରିଷ୍ଠ ନାଗରିକଙ୍କ ନିରାପତ୍ତା ଉପରେ ଗୁରୁତ୍ବ ଦିଆଯାଉଛି ।

ମାଛ ଚାଷରେ କଳାହାଣ୍ଡିକୁ ମିଳିଛି ଜାତୀୟ ପୁରସ୍କାର । ବିଜୁ ଶିଶୁ ସୁରକ୍ଷା ୨୦୨୦ ପରିବର୍ଦ୍ଧିତ ହେବ । ୨୦୨୧ ସୁଦ୍ଧା ରାଜ୍ୟର ସବୁ ପୌରାଞ୍ଚଳରୁ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ । ସହରାଞ୍ଚଳରେ ପାନୀୟ ଜଳ ଯୋଗାଣରେ ସରକାରଙ୍କ ଭୂମିକା ଉଲ୍ଲେଖନୀୟ ।

କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ । SCBକୁ ଏମ୍‌ସ ଭଳି କରିବାକୁ ଯୋଜନା ରଖାଯାଇଛି । ଏଥିପାଇଁ ୩ ହଜାର ୫ ଶହ କୋଟି ଖର୍ଚ୍ଚ ହେବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨.୬ ଲକ୍ଷ ପରିବାର ସାମିଲ ହୋଇଛନ୍ତି । 5T ଓ ମୋ ସରକାର କାର୍ଯ୍ୟକ୍ରମ ଦ୍ବାରା ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆସିଛି । କୋଭିଡ୍ ମହାମାରୀକୁ ରୋକିବା ଦିଗରେ ଅଗ୍ରଣୀ ଭୂମିକା ନେଇଛି ଓଡ଼ିଶା । କୋଭିଡ୍ ମୁକାବିଲାରେ ୪୯ ପୋଲିସ କର୍ମୀ ସହିଦ ହୋଇଛନ୍ତି ।

Leave a Reply

Your email address will not be published.