ବିଧାନସଭାରେ ପୁଣି ଧାନ ତାତି, ଗୃହ ୧୧ଟା ୩୦ ଯାଏଁ ମୁଲତବୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ବିଧାନସଭାରେ ପୁଣି ଧାନ ତାତି । ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥାକୁ ବିରୋଧୀ ସଦସ୍ୟଙ୍କ ହଟଗୋଳ । ବାଚସ୍ପତିଙ୍କ ପୋଡିୟମ ନିକଟରେ ଆସି ହୋହାଲ୍ଲା ଓ ନାରାବାଜି । ଯାହାଫଳରେ ଗୃହକୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଖବର ଅନୁଯାୟୀ, ଆଜିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ଅବସରରେ ବିଭାଗୀୟ ଖର୍ଚ୍ଚଦାବି ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୩୧ରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହୋଇ ପାରିତ ହୋଇପାରେ।

ମଣ୍ତିରେ ଧାନ କିଣାରେ ଅବ୍ୟବସ୍ଥା, ଜଙ୍ଗଲରେ ନିଆଁ ଲାଗିବା, ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଗୃହରେ ସରକାରଙ୍କୁ ଘେରିବେ ବିରୋଧୀ। ମଣ୍ତିରୁ ସବୁ ଧାନ କିଣିବାକୁ ସରକାର ଗୃହରେ ଘୋଷଣା କରିଥିଲେ ବି ,ମଣ୍ତିରେ ଚାଷୀଙ୍କ ଧାନ ଏପର୍ଯ୍ୟନ୍ତ ପଡ଼ିରହିଛି। ତାକୁ ନେଇ ପୁଣି ଗୃହ ଆରମ୍ଭରୁ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି।

Leave a Reply

Your email address will not be published. Required fields are marked *