୮ ଘଣ୍ଟା ନୁହେଁ ୧୨ ଘଣ୍ଟା କାମ କରିବେ ଶିଳ୍ପାନୁଷ୍ଠାନ କର୍ମଚାରୀ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟର ଶିଳ୍ପାନୁଷ୍ଠାନ ଗୁଡ଼ିକରେ ଶ୍ରମିକଙ୍କୁ ଅଧିକ ସମୟ କାମ କରିବାକୁ ପଡ଼ିବ। ଶିଳ୍ପ ଉତ୍ପାଦନ କମିଥିବାରୁ ଚାହିଦା ପୂରଣ କରିବା ଲାଗି ଏହି ଆବଶ୍ୟକତାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହାଦ୍ଵାରା ଯେଉଁ କର୍ମଚାରୀଙ୍କୁ ପୂର୍ବରୁ ଯେଉଁ କର୍ମଚାରୀ ସପ୍ତାହକୁ ୪୦ ଘଣ୍ଟା କାମ କରୁଥିଲା ଏବେ ତାହାଙ୍କୁ ୭୨ ଘଣ୍ଟ କାମ କରିବାକୁ ପଡ଼ିବ।
ଲକ୍ଡାଉନ୍ ହେତୁ ଶିଳ୍ପ ଓ ମଧ୍ୟମ ଅନୁଷ୍ଠାନସବୁ ବନ୍ଦ ଥିଲେ। ଏହି ସମୟରେ ୮ ଘଣ୍ଟାର କାମ କଲେ ଚାହିଦା ପୂରଣ କରିବା ସମ୍ଭବ ହେବ ନାହିଁ ବୋଲି ଶିଳ୍ପାନୁଷ୍ଠାନମାନେ ମତ ଦେଇ ସରକାରଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ବିଚାର କରି ରାଜ୍ୟ ସରକାର ଆଜି ଶିଳ୍ପାନୁଷ୍ଠାନରେ ଶ୍ରମିକଙ୍କ କାମ କରିବା ସମୟକୁ ବଢ଼ାଇଛନ୍ତି। ଏଣିକି ୪ ଘଣ୍ଟର ଅଧିକ କାମ ପାଇଁ ତାଙ୍କୁ ଅନୁମତି ମିଳିଛି।
ଏହି ୪ ଘଣ୍ଟର ଅଧିକ କାର୍ଯ୍ୟ ପାଇଁ ଶ୍ରମିକଙ୍କୁ ଓଭର ଟାଇମ୍ ସୁବିଧା ମିଳିବ। ଅର୍ଥାତ୍ ଅଧିକ ମଜୁରି ବି ମିଳିବ। ସମ୍ପୂଣ୍ଣ କାର୍ଯ୍ୟ ସମୟ ଦୁଇଟଇ ସିଫ୍ଟ ହେବ। ସେଥିରେ ୧ ଘଣ୍ଟାର ବିରତି ରହିବ ବୋଲି ସରକାର ନିଷ୍ପତ୍ତି ନେଇଥିବା ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହ କହିଛନ୍ତି।
ସରକାରଙ୍କ ନିର୍ଦେଶାବଳୀ ପ୍ରକାଶ ହେବ ପୂର୍ବରୁ ଏ ବାବଦରେ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି, ଏହି ଓଭର ଟାଇମ୍ ପ୍ରାପ୍ୟ ବା ମଜୁରି ସପ୍ତାହରେ ସର୍ବାଧିକ ୨୪ ଘଣ୍ଟା ହିଁ ରହିପାରିବ।