ଭାରତୀୟ ସଂସ୍କୃତିରେ ଓଡ଼ିଶାର ସ୍ଥାନ ଅଦ୍ୱିତୀୟ: ସ୍କନ୍ଦ ପୁରାଣ

ଭୁବନେଶ୍ୱର, (ବ୍ୟୁରୋ): ୨୫ ସହ ବର୍ଷ ପୁରୁଣା ଉତ୍କଳ ସଂସ୍କୃତି ଓ ପୁରୁଷୋତ୍ତମ ତଥା ଶ୍ରୀଜଗନ୍ନାଥ ମହିମାର ଗାଥାକୁ ବଣ୍ଣନା କରୁଛି ସ୍କନ୍ଦପୁରାଣ । ମହର୍ଷି ବ୍ୟାସଦେବଙ୍କ ରଚିତ ଏହି ମହାନ ଗ୍ରନ୍ଥ ଭାରତର ଅନ୍ୟ ଜୀବନ୍ତ ଐତିହ୍ୟ ଗୁଡ଼ିକ ସହ ଓଡ଼ିଶାର ବିଭିନ୍ନ କ୍ଷେତ୍ରକୁ ମହିମା ମଣ୍ଡିତ କରିଛି । ଏହା ଓଡ଼ିଶାରେ ବିଭିନ୍ନ ସଂସ୍କୃତି ଓ ପରମ୍ପରାର ସମନ୍ୱୟକୁ ବଣ୍ଣନା କରିଛି ବୋଲି “ନବଗୁଞ୍ଜର’ ସାଂସ୍କୃତିକ ମଞ୍ଚ ପକ୍ଷରୁ ଆୟୋଜିତ ସାଂଖ୍ୟ ସମ୍ମିଳନୀ ( ୱେବିନାର)ରେ ମତ ପ୍ରକାଶ ପାଇଛି ।

ମଞ୍ଚ ପକ୍ଷରୁ ଆୟୋଜିତ ନବଗୁଞ୍ଜର ବତ୍କୃତାମାଳାର ତୃତୀୟ ନିବଦେନରେ ବକ୍ତା ଭାବେ ଯୋଗଦେଇ ପ୍ରଖ୍ୟାତ ସଂସ୍କୃତ ବିଦ୍ୱାନ ଓ ଗବେଷକ ତଥା କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥି “ସ୍କନ୍ଦ ପୁରାଣ ଓ ଚିରନ୍ତନ ଓଡ଼ିଆ ସଂସ୍କୃତି’ ଶୀର୍ଷକରେ ଅଂଶଗ୍ରହଣକାରୀଙ୍କଦୃଷ୍ଟି ଆକର୍ଷଣ କରିଥିଲେ । ଓଡ଼ିଶା ସଂସ୍କୃତିର ପରିଚୟ ହେଉଛି ସ୍କନ୍ଦ ପୁରାଣ, ଏହା ଓଡ଼ିଆଙ୍କ ଚାଲିଚଳଣ, ପରମ୍ପରା ଓ ଜୀବନଶୈଳୀ ବିଷୟରେ ସ୍ପଷ୍ଟ ସୂଚନା ଦେଉଛି ବୋଲି ସେ ଉଲ୍ଳେଖ କରିଛନ୍ତି ।

“ଓଡ଼ିଶା ହେଉଛି ଏକମାତ୍ର ପ୍ରଦେଶ ଯେଉଁଠାରେ ପଞ୍ଚ ଦେବତାଙ୍କ ସମନ୍ୱୟ ହୋଇଛି । ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଆରମ୍ଭ କରାଯାିଥିବା ପଞ୍ଚ ଦେବ ଚିନ୍ତାଧାରା ଓଡ଼ିଶାର ସାଂସ୍କୃତିକ ପ୍ରେକ୍ଷାପଟରେ ସୁଦୂର ବିସ୍ତାରୀ ରହିଛି । ଏହା ଏକ ଶୁଦ୍ଧପୀଠ । ଏପରି ପ୍ରଦେଶ ଭାରତର ଅନ୍ୟ କୌଣସି ପ୍ରାନ୍ତରେ ଦେଖିବାକୁ ମିଳେ ନାହିଁ ବୋଲି ସେ କହିଛନ୍ତି । ଏହି କ୍ଷେତ୍ରକୁ ଅଷ୍ଟ ଶକ୍ତି ଓ ଅଷ୍ଟ ଶମ୍ଭୁ ଜଗିଛନ୍ତି । ଆହୁରି ମଧ୍ୟ ଏଠାରେ ବୈଷ୍ଣବ, ଶୈବ ଓ ଶାନ୍ତ ପରମ୍ପରାର ସମନ୍ୱୟ ରହିଥିବା ବିଷୟ ଜୈମିନୀ ଋଷି ତାଙ୍କ ଶିଷ୍ୟମାନଙ୍କୁ କହିଥିବା ବିଷୟ ସେ ଉଲ୍ଲେଖ କରିଛନ୍ତି । ଏଠାରେ କେବଳ ପୁରୁଷୋତ୍ତମଙ୍କ କର୍ତ୍ତୃତ୍ତ୍ୱ ରହିଛି ।

ଏପରିକି ଜମ ଦେବଙ୍କ କୌଣସି କ୍ଷମତା ଏଠାରେ ନାହିଁ ବୋଲି ସ୍କନ୍ଦପୁରାଣକୁ ଆଧାର କରି ସେ ଏହା ପ୍ରକାଶ କରିଛନ୍ତି । ଏଣୁ ସ୍କନ୍ଦ ପୁରାଣ ହେଉଛି ଓଡିଶା ଓ ଜଗନ୍ନାଥ ସଂସ୍କୃତିର ପୂଣ୍ଣାଙ୍ଗ ଇତିହାସ । ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟିରେ ରଖି ସ୍କନ୍ଦ ପୁରାଣର ପ୍ରଚାର ପ୍ରସାର ସୁଦୂରବ୍ୟାପୀ କରିବା ନିମନ୍ତେ ପଦକ୍ଷେପ ନେବାକୁ ପ୍ରଫେସର ଶତପଥି ଆହ୍ୱାନ ଦେଇଛନ୍ତି ।

ଏହି ସାଂଖ୍ୟ ସମ୍ମିଳନୀରେ ଦେଶ-ବିଦେଶର ବିଭିନ୍ନ ସାଂସ୍କୃତି ସଂଗଠନର କର୍ମ କର୍ତ୍ତା ଓ ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ବିଶ୍ୱଭାରତୀ ଶାନ୍ତି ନିକେତନରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ପ୍ରଫେସର ଅରୁଣ ମିଶ୍ର, ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ ପ୍ରଫେସର ଉଦୟନାଥ ସାହୁ, ସୁସାହିତ୍ୟିକ ତଥା ଗବେଷକ ଦାଶ ବେନହୁର, କାନାଡ଼ା ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ସାହିତ୍ୟଟୁଙ୍ଗୀ ସଦସ୍ୟ ଏବଂ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ପୁଟପର୍ତ୍ତୀ ଓ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିବା ଆଗ୍ରହୀ ସଂସ୍କୃତିପ୍ରେମୀ ପ୍ରମୁଖ ଅନ୍ୟତମ । ଉତ୍ସବରେ ନବଗୁଞ୍ଜର ସାଂସ୍କୃତିମ ମଞ୍ଚ ର ପରିବାର ମୁଖ୍ୟ ଉମାକାନ୍ତ ମିଶ୍ର ବିଷୟ ଓ ଅତିଥି ପରିଚୟ କରିବା ସହ ସଭା ପରିଚଳନା କରିଥିଲେ ।

Leave a Reply

Your email address will not be published. Required fields are marked *