ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡିଆ ଯୁବକ ନିଖୋଜ
ଚାନ୍ଦବାଲି, (ଓଡିଶା ଟାଇମ୍) : ଦେବଭୂମି ଉତ୍ତରାଖଣ୍ଡରେ ଆସିଥିବା ପ୍ରଳୟରେ ଜଣେ ଓଡ଼ିଆ ପୁଅ ନିଖୋଜ ଥିବା ସୂଚନା ମିଳିଛି। ଘଟଣା ପରଠାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଶିପୁର ପଞ୍ଚାୟତ କୁଦ ଗାଁର ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ କୌଣସି ପତ୍ତା ମିଳୁନାହିଁ। ସେଠାରେ କ୍ରେନ୍ ଡ୍ରାଇଭର ଭାବେ କାମ କରୁଥିଲେ ନାଗାର୍ଜୁନ। ତେବେ ରବିବାର ଆସିଥିବା ପ୍ରଳୟ ପରେ ତାଙ୍କ ସହ କୌଣସି ଯୋଗା ଯୋଗ ହୋଇପାରୁନାହିଁ। ଏହାକୁ ନେଇ ପରିବାରବର୍ଗ ଚିନ୍ତିତ ହୋଇପଡ଼ିଛନ୍ତି। ଜିଲ୍ଲା ପ୍ରଶାସନକୁ ଏ ସମ୍ପର୍କରେ ଅବଗତ ମଧ୍ୟ କରାଯାଇଛି।
ଅନ୍ୟପଟେ ୩ ଦିନ ହେବ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଚମୋଲିର ତପୋବନ ଟନେଲରେ ନିଖୋଜ ହୋଇଥିବା ୩୦ରୁ ଅଧିକ ଲୋକଙ୍କୁ ଖୋଜାଖୋଜି ଚାଲିଛି। ଉଦ୍ଧାର କାର୍ଯ୍ୟରେ ୫ ଶହ ଯବାନ ଲାଗିଛନ୍ତି। ପ୍ରଶାସନର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧୯୭ ଜଣ ନିଖୋଜ ଥିବା ବେଳେ ୨୬ ଜଣଙ୍କ ମୃତଦେହ ମିଳିଛି।