ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦ ନକରିବାକୁ କେନ୍ଦ୍ରମନ୍ତ୍ରୀ ଦେଲେ ପ୍ରତଶୃତି : ନିରଞ୍ଜନ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦ ହେବ ନାହିଁ। ଏନେଇ କେନ୍ଦ୍ରମନ୍ତ୍ରୀ ସୁବୋଧକାନ୍ତ ସହାୟକ ପ୍ରତିଶୃତି ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସେ ଏହି ପ୍ରତିଶୃତି ପାଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

 ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅତି ଗମ୍ଭୀରତାର ସହ ନେଇଛନ୍ତି । ଆଜି ଓଡ଼ିଶା ଗସ୍ତରେ ଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବୋଧ କାନ୍ତ ସାହାୟଙ୍କ ସହ ଓଡ଼ିଆ ଭାଷା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ସେ କହିଛନ୍ତି ଶଢ଼େଇକଳା ଓ ଖରସୁଆଁ ଝାରଖଣ୍ଡ ରାଜ୍ୟରେ ଅବସ୍ଥିତ ଥିଲେ ମଧ୍ୟ ସେଠାକାର ଅଧିବାସୀ ଅଧିକାଂଶ ଓଡ଼ିଆ । ତେଣୁ ଓଡ଼ିଆ ଭାଷାକୁ ଝାଡଖଣ୍ଡରେ ରଖାଯାଉ । ଶ୍ରୀ ପଟ୍ଟନାୟକ ଫୋନରେ ଏହି ଓଡ଼ିଆ ଭାଷାକୁ ନେଇ ଝାଡ଼ଖଣ୍ଡର ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ମାଧ୍ୟମରେ ମନ୍ତ୍ରୀ କହିଛନ୍ତି ଯେ ଝାଡ଼ଖଣ୍ଡରେ ଅନ୍ୟଭାଷାର ଉଚ୍ଛେଦ ନେଇ ଆଲୋଚନା ହେଇଛି ସତ କିନ୍ତୁ ଓଡ଼ିଆ ଭାଷା ଉଚ୍ଛେଦ ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ  ଦୀପକ କୁମାର ମହାପାତ୍ର ଏକ ପ୍ରେସବିଜ୍ଞପ୍ତିରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *