କମେଡ଼ିରେ ଭରପୁର ଓଡିଆ ଚଳଚ୍ଚିତ୍ର ‘ମହାବାହୁ ’ମହୁରତ

ଭୁବନେଶ୍ବର, (ଓଡିଶା ଟାଇମ୍) : ବାଣୀବିହାର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ଆର୍‌ଆର୍‌ ଇଭେଣ୍ଟସ୍ ଦ୍ବାରା ପ୍ରଯୋଜିତ ଓଲିଉଡ଼୍ ଆକ୍ସନ୍ ଓ ରୋମାଣ୍ଟିକ୍ ସହ କମେଡ଼ିରେ ଭରପୁର ଚଳଚ୍ଚିତ୍ର ‘ମହାବାହୁ’। ଏହାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦେଶନା ଦେବେ ଅଭିନେତା ଶ୍ରୀତମ ଦାସ। ସଂଳାପ ଲେଖିଛନ୍ତି ସରଣାରବିନ୍ଦ। ସଂଗୀତରେ ସଜାଇବେ ପ୍ରେମାନନ୍ଦ।

ପ୍ରଯୋଜକ ରମେଶ ବାରିକଙ୍କ ବଳିଷ୍ଠ ପ୍ରଯୋଜନାରେ ଅଭିନେତା ଆକାଶ ଦାସ ନାୟକ, ପ୍ରକୃତି ମିଶ୍ର, ଉସସୀ ମିଶ୍ର, ପୁପି ସନ୍ତୁକା, ରବି ମିଶ୍ର ଓ ପତି ମିଶ୍ର। ଓଲିଉଡ଼୍‌ର ଏକ କମେଡ଼ି ଟିମ୍ ଏହି ଚଳଚ୍ଚିତ୍ରର ପୃଥକ ପୃଥକ ସିକୁଏନସ୍‌ରେ ଅଭିନୟ କରିବେ। ଭୁବନେଶ୍ବର, କଟକ ଓ ପୁରୀ ଜିଲ୍ଲା ଭିତରେ ଏହାରା ସମସ୍ତ କାହାଣୀ ଦୃର୍ଶ୍ୟ ସୁଟିଂ ହେବାନେଇ ସ୍ଥିର କରାଯାଇଥିବା ବେଳେ ସୁନ୍ଦର ଗୀତ ଗୁଡ଼ିକୁ ରାଜ୍ୟର ବିଭିନ୍ନ ପ୍ରାକୃତିକ ପରିବେଶରେ ସୁଟିଂ କରାଯିବାନେଇ ଯୋଜନା କରାଯାଇଛି।

ଆଜି ମହୁରତ ଅବସରରେ ନିର୍ମିତ ହେବାକୁଥିବା ଚଳଚ୍ଚିତ୍ରର ସମସ୍ତ କଳାକାର ଓ ପ୍ରଯୋଜକ , ନିଦେର୍ଶକ ଉପସ୍ଥିତରହି କ୍ଲାପ୍ ଦେବାସହ ସଂଳାପ ବହି ପୂଜାକରିଥିଲେ।

Leave a Reply

Your email address will not be published.