ଆରପାରିରେ ଆଲ୍ବମ୍ ଅଭିନେତ୍ରୀ ଦୀପା ସାହୁ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆରପାରିରେ ଆଲ୍ବମ୍ ଅଭିନେତ୍ରୀ ଦୀପା ସାହୁ । କ୍ୟାନସର ପାଇଁ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଅଭିନେତ୍ରୀ ଦୀପା ବର୍ଷେ ହେବ ଗର୍ଭାଶୟ କର୍କଟରେ ପୀଡ଼ିତ ଥିଲେ। ସେ କ୍ୟାନସରର ଥାର୍ଡ ଷ୍ଟେଜ୍ରେ ପାଇଁ ଚିକିତ୍ସିତ ହେଉଥିଲେ ତାଙ୍କର ଅବସ୍ଥା ଗୁରୁତର ରହିଥିଲା। ଜୁନ ଗତ ୨୦ତାରିଖ ଦିନ ଦୀପା କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା
ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଅଖିଳ ପଟ୍ଟନାୟକ ଓ ସମାଜସେବୀ ପ୍ରଶାନ୍ତ ନାୟକ ତାଙ୍କୁ ତାଙ୍କ ନୀଳାଦ୍ରିବିହାର ବାସଭବନରୁ ଆମ୍ବୁଲାନ୍ସରେ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିଥିଲେ ।ମାତ୍ର ପରେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ୍ ହସ୍ପିଟାଲ୍ରୁ ଭୁବନେଶ୍ୱର ଏମସ୍କୁ ସ୍ଥାନାନ୍ତର କରାଯାଇଥିଲା ।