ଦେଶରେ ଚିହ୍ନଟ ହେଲେ ୧୫ ହଜାର ୯୦୬ ନୂଆ କରୋନା ଆକ୍ରାନ୍ତ, ୫୬୧ ମୃତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୯୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତ ସଂଖ୍ୟା ୩ କୋଟି ୪୧ ଲକ୍ଷ ୭୫ ହଜାର ୪୬୮କୁ ବୃଦ୍ଧି ପାଇଛି। ଏଥି ସହିତ ଦିନକ ମଧ୍ୟରେ ୫୬୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଦିନକ ମଧ୍ୟରେ କରୋନାରୁ ୧୬ ହଜାର ୪୭୯ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆରୋଗ୍ୟ ସଂଖ୍ୟା ୩ କୋଟି ୩୫ ଲକ୍ଷ ୪୮ ହଜାର ୬୦୫କୁ ବୃଦ୍ଧି ପାଇଥିବା ବେଳେ ଆରୋଗ୍ୟ ହାର ୯୮.୧୭% ରହିଛି।
ସଂପ୍ରତି ୧ ଲକ୍ଷ ୭୨ ହଜାର ୫୯୪ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ଗତକାଲି ଗୋଟିଏ ଦିନରେ ଦେଶରେ ୧୩ ଲକ୍ଷ ୪୦ ହଜାର ୧୫୮ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଆଜି ସୁଦ୍ଧା ହେଲାଣି ୫୯ କୋଟି ୯୭ ଲକ୍ଷ ୭୧ ହଜାର ୩୨୦ ନମୁନା ପରୀକ୍ଷା ସରିଛି। ଦେଶର ୨୯ ହଜାର ୪୨ଟି ଟୀକାକରଣ କେନ୍ଦ୍ରରେ ଚାଲିଛି କୋଭିଡ ଟୀକାକରଣ, ବର୍ତମାନ ସୁଦ୍ଧା ଦିଆଗଲାଣି ୧୦୨ କୋଟି ୧୫ ଲକ୍ଷ ୮ ହଜାର ୮୭୧ ଡୋଜ ଟୀକା। ପ୍ରଥମ ଡୋଜ ୭୧ କୋଟି ୭୩ ଲକ୍ଷ ୬୬ ହଜାର ୬୨୧ ଓ ଦ୍ଵିତୀୟ ଡୋଜ ୩୦ କୋଟି ୪୧ ଲକ୍ଷ ୪୨ ହଜାର ୨୫୦ ଟୀକା ଦିଆଯାଇଛି।