ଓଡ଼ିଶାରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଉଛି
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ପୁରୀରେ ଧିରେ ଧିରେ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ ୧୦ ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ୧୦ ଦିନ ଭିତରେ ସଂକ୍ରମଣ ହାର ୮.୫୩%ରୁ ୬.୩୨କୁ ହ୍ରାସ ପାଇଛି । ୧୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୧୪୨ରୁ ୨,୮୩୩କୁ ହ୍ରାସ ପାଇଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ଆଗକୁ ଏହା ଆହୁରି କମିବାର ଆଶା ରହିଛି ।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କେବଳ ସେତିକି ନୁହେଁ, ଦେଶରେ ମୃତ୍ୟୁହାର ବି ହ୍ରାସ ପାଇଥିବା ସୂଚନା ରହିଛି। ସେପ୍ଟେମ୍ବରରେ ଲଗାତର କିଛି ଦିନ ଧରି ଦିନକୁ ୯୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ଦେଶବାସୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇଥିଲା, ମାତ୍ର ଏବେ ସେଥିରେ ବ୍ୟତିକ୍ରମ ଦେଖା ଦେଇଛି। ଧୀରେ ଧୀରେ ନିୟନ୍ତ୍ରଣାଧୀନ ହେଉଛି କରୋନ ସଂକ୍ରମଣ।