ନୂଆଁଖାଇ ପାଇଁ ବଲାଙ୍ଗୀର ଚଳଚଞ୍ଚଳ : ଇଷ୍ଟଦେବୀଙ୍କୁ ଲାଗିହେବ ନବାନ୍ନ

ବଲାଙ୍ଗୀର, (ଓଡିଶା ଟାଇମ୍):ଆଜି ନୂଆଁଖାଇ। ଉତ୍ସବ ମୁଖର ବଲାଙ୍ଗୀର ଜିଲ୍ଲା। କୃଷି ଭିତ୍ତିକ ପର୍ବ ନୂଆଁଖାଇ ପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ  ଘରେ ଘରେ ପରିବାର ପରିଜନଙ୍କ ସହ ଏକାଠି ହୋଇଛନ୍ତି ସମସ୍ତେ।

ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥୀରେ ପାଳିତ ହୋଇଥାଏ ଏହି ନୂଆଁଖାଇ । ସମଗ୍ର ଜିଲ୍ଲାପାଳୁଛି ପର୍ବ। ପୂର୍ବ ନିର୍ଦ୍ଧାରିତ ସମୟ ଯାହା ୧୦ ଘଣ୍ଟା ୧୯ ମିନିଟ ରୁ ୧୦ ଘଣ୍ଟା ୪୦ ମିନିଟ ସମୟ ମଧ୍ୟରେ ବଲାଙ୍ଗୀର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ବରୀ , ମାଁ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗୀ ହେବା ପରେ। ଘରେ ଘରେ ନିଜ ନିଜ ଇଷ୍ଟଦେବୀଙ୍କ ପାଖରେ ମଧ୍ୟ ନବାନ୍ନ ଲାଗୀ କରିଥାନ୍ତି। ସେପଟେ ଚାଷୀ ନିଜ ଖେତକୁ ଯାଇ ସେଠାରେ ପୂଜାର୍ଚନା କରିବା ସହ ଖେତରୁ ଆସି ଘରେ ମୂଜା କରିବା ପରେ ଘରର ବୈଜଷ୍ଠ ବ୍ୟକ୍ତିଙ୍କ ଠାରୁ ନେଇ  ନୂଆଁ ଧାନରେ ପ୍ରସ୍ତୁତ ନବାନ୍ନ ଭୋଗକୁ ଖାଇଥାନ୍ତି ସମସ୍ତେ।

ଏହା ପରେ ସମସ୍ତେ ଜୁହାର ଭେଟ ହେବାର ରହିଥାଏ କାର୍ଯ୍ୟକ୍ରମ। ତା ସହ ଘରେ ଘରେ ନାନା ପ୍ରକାରର ସ୍ବାଦିଷ୍ଟ ବ୍ୟଞ୍ଜନ ରନ୍ଧା ହୋଇଥିବା ବେଳେ ପରିବାର ସଭିଏଁ ଏକାଠି ବସି ଖାଇଥାନ୍ତି। ଯାହା କି ଏକ ନିଆରା ପରମ୍ପରା ରହିଆସିଛି। ଖାଇବା ପରେ ଗାଁ ରେ ହଉ କି ସହରରେ ସମସ୍ତେ ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣାଇବା ସହ ଜମିଥାଏ ସାଂସ୍କୃତିକ କାର୍ଯ୍ୟକ୍ରମ। ହେଲେ କରୋନା ଗାଇଡ ଲାଇନ ଅନୁଯାଇ ନୂଆଁଖାଇକୁ ସାଂସ୍କୃତିକ କାର୍ଯ୍ୟକ୍ରମ ବାରଣ କରାଯାଇଛି।

Leave a Reply

Your email address will not be published.