ଉତ୍ତରାଖଣ୍ଡରେ ସାମ୍ବିଧାନିକ ସଙ୍କଟ: କେମିତି ଫେଡ଼ିବ ବିଜେପି
ଭୁବନେଶ୍ବର, (ଓଟି): ଉତ୍ତର ପ୍ରଦେଶ ପରେ ଉତ୍ତରାଖଣ୍ଡରାଜ୍ୟ ରାଜନୀତିକୁ ନେଇ କେନ୍ଦ୍ର ବିଜେପିର ଆରମ୍ଭ ହୋଇଗଲାଣି ମିଶାଣ ଫେଡ଼ାଣ। ଅଳ୍ପ କିଛି ଦିନ ହେଲା ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳି ଥିବା ତୀରଥ ସିଂହ ରାୱତ୍ଙ୍କୁ କ୍ଷମତାରୁ ଅପସାରଣ କରାଯିବ ନା ନାହିଁ। ପୁଣି ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କୁର୍ସିରୁ ହଟାଇ ଦିଆଯାଏ ତେବେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଏହାଦ୍ବାରା ଦଳରେ ସମୀକରଣ କିଭଳି ରହିବ ? ପୁଣି ଯଦି ତାଙ୍କୁ ଗାଦିରୁ ନ ହଟାଯାଏ ତେବେ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ବିଧିବଦ୍ଧ ଭାବେ ବିଧାନସଭାର ସଦସ୍ୟ କରିବା ପାଇଁ ହେବାକୁ ଥିବା ଉପ ନିର୍ବାଚନ କିପରି ହେବ? କେମିତି ଏଡ଼ାଯିବା ତାଙ୍କୁ ନେଇ ୁପୁଜିବାକୁ ଥିବା ସାମ୍ବିଧାନିକ ସଙ୍କଟ। ଏମିତି ଅନେକ ପ୍ରଶ୍ନ ଭିତରେ ଏବେ କେନ୍ଦ୍ର ନେତୃତ୍ବ ତୀରଥ ସିଂହ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା ଜାରି ରଖିଛନ୍ତି।
ଲୋକ ପ୍ରତିନିଧି ଆଇନର ଧାରା ୧୫୧ ଅନୁୟାୟୀ ବିଧାନସଭାର ସଦସ୍ୟ ନଥିବା କୌଣସି ନେତା ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ତାଙ୍କୁ ଆସନ୍ତା ୬ ମାସ ଭିତରେ ସଦସ୍ୟ ହେବାକୁ ହେବ। ଏଥିଲାଗି ଉପ ନିର୍ବାଚନ କରାଇବାକୁ ସମ୍ବିଧାନ ନିର୍ବାଚନ କମିଶନଙ୍କୁ କ୍ଷମତାଦ୍ଇେଛି। ଏଣୁ ଏବେ ତୀରଥ ସିଂହ ରାୱତ ବିଧାନସଭାକୁ ନିର୍ବାଚିତ ହେବା କଥା । ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ମଧ୍ୟରେ ତାଙ୍କର ୬ ମାସ ଅବଧି ପୂରିବାକୁ ଯାଉଛି। ହେଲେ ଆଲେ ଆସନ୍ତା ମାର୍ଚ୍ଚ-ଏପ୍ରିଲ ମଧ୍ୟରେ ରାଜ୍ୟରେ ହେବାକୁ ଅଛି ବିଧାନସଭା ନିର୍ବାଚନ । ତେଣୁ ଏଭଳି ସ୍ଥିତିରେ ଉପ ନିର୍ବାଚନ କରାଇବା ପ୍ରୟ ଅସମ୍ଭବ। ଯଦି ନିର୍ବାଚନ ନହୁଏ ତେବେ ସାମ୍ବିଧାନିକ ସଙ୍କଟ ସଅଷ୍ଟି ହେବ। ଏଣୁ ଏ ସଙ୍କଟକୁ ଏଡ଼ାଇବା ଲାଗି ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ଏକ ପ୍ରକାର ଥୟ କହିଲେ ଭୁଲ୍ ହେବନି ।
ଏଥିଲାଗି ଉତ୍ତରାଖଣ୍ଡ ରାଜନୀତିକୁ ନେଇ ଦିଲ୍ଲୀରେ କେମିତି ଚାଲିଛି ଭିତିରିଆ ମିଶାଣ, ଫେଡ଼ାଣ। କିନ୍ତୁ ରାଜ୍ୟ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବୋଧ ଉନିୟାଲ୍ କହୁଛନ୍ତି, ଏସବୁ କାଳେ ରୁଟିନ୍ ଆଫେୟାର୍ ।
ପ୍ରଶ୍ନ ହେଉଛି: ବର୍ଷା, ପବନ ନଥାଇ ଯେଉଁ ରାଜନୀତିକ ଝଡ଼ ଉତ୍ତର ପ୍ରଦେଶ ରାଜନୀତିରେ ସୃଷ୍ଟି ହୋଇଛି ତାହା ନିରବତା ଭିତରେ ଉତ୍ତରାଖଣ୍ଡରେ ନେତୃତ୍ବ ପରିବର୍ତ୍ତନ କିଭଳି ଭାବେ ପରିଚାଳନା କରିବ ? ସ୍ଥିତି କହୁଛି, କମ ସମୟ ବ୍ୟବଧାନରେ ବିଧାନସଭା ନିର୍ବାଚନ ପୂର୍ବରୁ ଉପ ନିର୍ବାଚନ କିଛି ଗୁରୁତ୍ବ ରଖୁନି । ତେଣୁ ଏଭଳି ସ୍ଥିତିରେ କଣ ହେବ ତୀରଥ ସିଂହ ରାୱତଙ୍କ ଭାଗ୍ୟ ? ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଣ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ? ଯଦି ଛାଡ଼ିବେ, ତେବେ କିଏ ହେବେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?
ଦଳୀୟ ଅସନ୍ତୋଷ ପ୍ରଶମିତ କରିବାକୁ ଗତ ମାର୍ଚ୍ଚରେ ତ୍ରିଭେନ୍ଦ୍ର ସିଂହ ରାୱତଙ୍କୁ ହଟାଇ ତୀରଥ ସିଂହ ରାୱତଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି । ସାଂସଦ ଥିବା ତୀରଥ୍, କେନ୍ଦ୍ରୀୟ ନେତୃତ୍ବଙ୍କ ନିର୍ଦ୍ଦେଶରେ ଡେରାଡୁନରେ ରାଜ୍ୟ ଶାସନର ଭାର ସମ୍ଭାଳିଥିଲେ ।
କେନ୍ଦ୍ରୀୟ ନେତୃତ୍ବଙ୍କ ସମନ୍ ପାଇ, ଗତ ବୁଧବାର ଦିଲ୍ଲୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ । ବିଜେପି ରାଷ୍ଟ୍ରୀୟ ସଭାପତି ଜେ. ପି. ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ତାଙ୍କର ସାକ୍ଷାତ ଆଲୋଚନା ହେଲା । ଗୁରୁବାର ସନ୍ଧ୍ୟାରେ ତୀରଥ, ଡେରାଡୁନ୍ ଫେରିବା କଥା । କିନ୍ତୁ ଦଳର ନେତୃତ୍ବ ତାଙ୍କୁ ଦିଲ୍ଲୀରେ ଆଉ ଦିନେ ରହିବାକୁ କହିଲେ । ଯାହା ସୂଚାଇ ଦେଉଛି ଯେ, ଆସନ୍ତାବର୍ଷ ନିର୍ବାଚନ ପୂର୍ବରୁ ଉତ୍ତରାଖଣ୍ଡରେ ହୋଇପାରେ ନେତୃତ୍ବ ପରିବର୍ତ୍ତନ । ତୀରଥଙ୍କୁ ଇସ୍ତଫା ଦେବାକୁ କହି ଅନ୍ୟ ଜଣେ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇପାରେ ବିଜେପି । ଆଉ ଆସନ୍ତାବର୍ଷ ନିର୍ବାଚନ ପାଇଁ ସଂଗଠନ ସୁଦୃଢ଼ ଦାୟିତ୍ବ, ତୀରଥଙ୍କ ଉପରେ ନ୍ୟସ୍ତ କରିପାରେ ଦଳ ।…
ଯଦିଓ ନିର୍ବାଚନ ସଂକ୍ରାନ୍ତ ନିଷ୍ପତ୍ତି ନେବାର ଅଧିକାର କେବଳ ନିର୍ବାଚନ କମିଶନଙ୍କର, ତଥାପି ନିର୍ବାଚନ ପୂର୍ବରୁ ତୀରଥଙ୍କ ପାଇଁ ଉପ ନିର୍ବାଚନ କରାଇବା ମୁଡ୍ରେ ନାହିଁ ବିଜେପି । କାରଣ ଗୋଟିଏ ଉପ ନିର୍ବାଚନ କରାଇଲେ, ଅନ୍ୟ ସ୍ଥାନରେ ମଧ୍ୟ କରିବାକୁ ପଡ଼ିବ । ସେପଟେ ଲୋକ ପ୍ରତିନିଧି ଆଇନ କହୁଛି, ସାନି ନିର୍ବାଚନ ବର୍ଷେରୁ କମ୍ ସମୟ ନଥିଲେ, ଉପ ନିର୍ବାଚନ କରାଯିବ ନାହିଁ । ତେଣୁ ଏସବୁ ସ୍ଥିତି ହିଁ ସ୍ପଷ୍ଟ କରିଦେଉଛି, ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରାଖଣ୍ଡ ଆଉ ଜଣେ ମୁଖ୍ୟମନ୍ତ୍ରୀ ପାଇବା ଏକ ପ୍ରକାର ନିଶ୍ଚିତ ।…
ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ତୀରଥ ସିଂହ ରାୱତ ହଟିବେ, ତେବେ କିଏ ହେବେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଯେତେଦୂର ଆଶା ପର୍ଯ୍ୟଟନ ମନ୍ତ୍ରୀ ସତପାଲ୍ ମହାରାଜଙ୍କୁ ଏହି ଦାୟିତ୍ବ ମିଳିପାରେ । କାରଣ ନିକଟରେ ଦିଲ୍ଲୀରେ ହୋଇଥିବା ବିଜେପିର ଚିନ୍ତନ ଶିବିରକୁ ସତପାଲ୍ ମହାରାଜଙ୍କ ନେତୃତ୍ବରେ କିଛି ବିଧାୟକ ଯାଇଥିଲେ । ଯେଉଁଠି କେନ୍ଦ୍ରୀୟ ନେତୃତ୍ବ, ସତପାଲଙ୍କ ସହ ରାଜ୍ୟ ରାଜନୀତି ବାବଦରେ ଆଲୋଚନା କରିଥିବା ଶୁଣିବାକୁ ମିଳୁଛି । ସେପଟେ ଦିଲ୍ଲୀ ଯିବା ପୂର୍ବରୁ ବୁଧବାର ହରିଦ୍ବାରରେ ଜୁନା ଆଖଡ଼ା ମୁଖ୍ୟ ଅବଧେଶ ଗିରିଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ । କୋଭିଡ୍ ପାଇଁ ଏଥରର କୁମ୍ଭମେଳାକୁ କାଟଛାଣ୍ଟ କରିଥିବା କାରଣରୁ ସାଧୁ ସମାଜ, ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତଙ୍କ ଉପରେ ସେତେଟା ଖୁସି ନାହାନ୍ତି । ତେଣୁ ନିର୍ବାଚନ ପୂର୍ବରୁ ସାଧୁ ସମାଜକୁ ସନ୍ତୁଷ୍ଟ କରିବାକୁ ତୀରଥ ଏଭଳି ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି ।…