ଓଡିଶାକୁ ଆସିସାରିଛି କରୋନା ମେଡିସିନ୍
ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ଆଶ୍ୱସ୍ତିର ଖବର। ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ରେମଡେସିଭିର୍। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।
ଏହା ସହ କଟକଣାକୁ ନେଇ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି କଟକଣା ରହିବ । ସରକାର ଆଜି କିମ୍ବା ଆସନ୍ତାକାଲି ଏନେଇ ସ୍ପଷ୍ଟ ନିଷ୍ପତ୍ତି ନେବେ । ଅନ୍ୟପଟେ ପୁରୀରେ ସେରୋଲୋଜିକାଲ ଟେଷ୍ଟ ଆରମ୍ଭ ହୋଇସାରିଛି । ୧ ତାରିଖରୁ ଗଞ୍ଜାମ, ଗଜପତି ଓ କଟକରେ ଆରମ୍ଭ ହେବ । ସ୍ଥିତି ଦଖି ବଢୁଥିବା ସଂକ୍ରମିତ ଜିଲ୍ଲାରେ ଟେଷ୍ଟ ଆରମ୍ଭ ହେବ । ପରୀକ୍ଷାଗୁଡିକ ଆଇସିଏମଆର ଦ୍ୱାରା କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି ।
ଉକ୍ତ ଔଷଧ ହସ୍ପିଟାଲରେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହେବ।