ବିଧାନସଭା ଅଧିବେଶନ ପୂର୍ବରୁ ୧୮ରେ ବସିବ ସର୍ବଦଳୀୟ ବୈଠକ
ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତା ୨୦ ତାରିଖରୁ ବିଧାନସଭାରେ ଅନୁଷ୍ଠିତ ହେବ ଶୀତ ଅଧିବେଶନ । ତେବେ ଅଧିବେଶନ ପୂର୍ବରୁ ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ ।
ବୈଠକରେ ପ୍ରଶ୍ନକାଳ ରହିବ କି ନାହଁ ସେନେଇ ଆଲୋଚନା ହେବ । ଏହାସହ ଗୃହ କିଭଳି ସୁରୁଖୁରୁରେ ଚାଲିବ ସେନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ, ନଭେମ୍ବର ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏହା ଡିସେମ୍ବର ୩୧ ଯାଏଁ ଚାଲିବ ।ଶୀତ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ । ତେବେ ଶୀତ ଅଧିବେଶନରେ ୪୦ଟି କାର୍ଯ୍ୟ ଦିବସ ରହିବ ।