ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ
ପିପିଲି, (ଓଡିଶା ଟାଇମ୍) : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆଜିଠୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ। ମାର୍ଚ୍ଚ ୩୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି।
ମାର୍ଚ୍ଚ ୩୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଏପ୍ରିଲ ୩ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏପ୍ରିଲ ୧୭ ତାରିଖ ସକାଳ ୭ରୁ ସଂଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ ହେବ ଓ ମେ ୨ ତାରିଖରେ ଭୋଟ୍ ଗଣତି ହେବ
।
ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲି ପଡ଼ିଛି। ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ତାଙ୍କ ଗଡରେ ଧସେଇ ପଶିବେକି ବିରୋଧୀ ? ନା ତାଙ୍କ ପରିବାରକୁ କାହାକୁ ପ୍ରାର୍ଥୀ କରି ସହାନୁଭୂତି ସାଉଣ୍ଟିବାରେ ସଫଳ ହେବ ବିଜେଡି ? ଏସବୁ ଚର୍ଚ୍ଚା ଭିତରେ ପୁତୁରାକୁ ପ୍ରାର୍ଥୀ କରାଯିବା ସପକ୍ଷରେ ମତ ଦେଇଛନ୍ତି ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ। ଅନ୍ୟପକ୍ଷରେ ଘର ସଜାଡି କେମିତି କମ୍ ବ୍ୟାକ୍ କରିବ ସେନେଇ କଂଗ୍ରେସ ବି ପାଗଭିଡ଼ା ଆରମ୍ଭ କରିଛି।