ଗାଡ଼ି ଚାଳକ ସାବଧାନ: ଏହି ନିୟମ ନମାନିଲେ ବାତିଲ ହେବ ଡ଼ିଏଲ, ଜାଣି ରଖନ୍ତୁ ନିୟମ ସମ୍ପର୍କରେ

ଭୁବନେଶ୍ବର, (ଓଡିଶା ଟାଇମ୍) : ମଦ ପିଇ ଗାଡି ଚଳାଇଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଗାଡି ଚଳାଇବା ବେଳେ ମୋବାଇଲରେ କଥାହେଲେ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇପାରେ । ନିର୍ଦ୍ଧାରିତ ବେଗଠାରୁ ମଧ୍ୟ ଅଧିକ ବେଗରେ ଗାଡି ଚଳାଇଲେ ବାତିଲ ହୋଇଯିବ ଲାଇସେନ୍ସ । ଯଦି କୌଣସି ଗାଡି ଚାଳକ ଏପରି ଭୁଲ କରନ୍ତି ତେବେ ୩ ମାସ ଯାଏଁ ଲାଇସେନ୍ସ ବାତିଲ କରିଦିଆଯିବ । ପରିବହନ କମିଶନରଙ୍କ ପକ୍ଷରୁ ଏହି ନୂଆ ନିୟମ ଲାଗୁ କରାଯାଇଛି ।

ଦେଶ ଓ ରାଜ୍ୟରେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଛି । ସଡ଼କ ଦୁର୍ଘଟଣାରେ ଜୀବନହାନି କୁ ରୋକିବା ପାଇଁ ସରକାର ନୂଆ ନୂଆ ନିୟମ ଲାଗୁ କରୁଛନ୍ତି । କିନ୍ତୁ କେତେ ଜଣ ଅମାନିଆ ରହିଛନ୍ତି ଯେଉଁମାନେ ଟ୍ରାଫିକ ନିୟମକୁ ବେଖାତିର କରୁଛନ୍ତି । କିନ୍ତୁ ଏପରି ଏବେ ଚଳିବ ନାହିଁ । ଏହାରି ମଧ୍ୟରେ ଆଜି ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ନିୟମ ଭାଙ୍ଗିଲେ ୩ମାସ ପାଇଁ ଡ଼ିଏଲକୁ ବାତିଲ କରି ଦିଆଯିବ ।

Leave a Reply

Your email address will not be published.