ଉତ୍ତର କୋରିଆରେ ଜରୁରୀକାଳୀନ ସ୍ଥିତି ଘୋଷଣା କଲେ କିମ୍ ଜଙ୍ଗ ଉନ୍‌

ସିୟୋଲ୍‌, (ଓଡିଶା ଟାଇମ୍‌): ଦେଶବ୍ୟାପୀ କରୋନା ଭାଇରସର ସଂକ୍ରମଣ ବ୍ୟାପୁଥିବା ବେଳେ ଉତ୍ତର କୋରିଆର ଏହାର କୌଣସି ପ୍ରଭାବ ପଡିନଥିଲା । ହେଲେ ଉତ୍ତର କୋରିଆରେ ଜଣେ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି ।

ଯଦି ସେ ପଜିଟିଭ ଚିହ୍ନଟ ହୁଅନ୍ତି ତାହେଲ ଏହା ଉତ୍ତର କୋରିଆରେ ପ୍ରଥମ କରୋନା ମାମଲା ହେବ ।

ସୂଚନାନୁଯାୟୀ, ରବିବାର ଉତ୍ତର କୋରିଆରେ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କୁ କରୋନା ହୋଇଥିବା ସନ୍ଦେହ କରାଯାଉଛି । ସେ ବର୍ଡର ପାର୍ କରି ଆସିଥିବା ନେଇ ଗଣମାଧ୍ୟମ ସୁତ୍ରରୁ ପ୍ରକାଶ । ଯଦି ସେ କରୋନା ସଂକ୍ରମିତ ହୋଇଥିବେ ତାହେଲେ କରୋନା ସଂକ୍ରମଣକୁ ବ୍ୟାପିବାକୁ ରୋକିବା ଲାଗି ଏଠାକାର ସରକାର ପୂରା ଦେଶରେ ଜରୁରୀକାଳୀନ ସ୍ଥିତି ଲାଗୁ କରିଛନ୍ତି ।

ଉତ୍ତର କୋରିଆ ଗଣମାଧ୍ୟମର ସୂଚନାନୁଯାୟୀ କିସୋଙ୍ଗ ସହରରେ ସମ୍ପୃକ୍ତ କରୋନା ପଜିଟିଭ ବ୍ୟକ୍ତିଙ୍କର ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କର କୋଭିଡ ଟେଷ୍ଟ କରାଯାଉଛି । ଏପରିକି ପରିସ୍ଥିତିକୁ ଦେଖି ସରକାରଙ୍କ ପକ୍ଷରୁ କିସୋଙ୍ଗ ସହରକୁ ମଧ୍ୟ ଲକଡାଉନ୍ ଘୋଷଣା କରାଯାଇଛି ।

ନିକଟ ଅତୀତରେ ଉତ୍ତର କୋରିଆ ଅନ୍ୟ ଦେଶରୁ କରୋନା ଟେଷ୍ଟ କିଟ୍ ଆମଦାନୀ କରିଥିବା ବେଳେ ସୀମାକୁ ମଧ୍ୟ ସିଲ୍ କରିଥିଲେ ।

ଉଲ୍ଲେଖଯୋଗ୍ୟ, ବିଶ୍ୱରେ ଏବେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୬୦,୭୬,୭୧୩ରେ ରହିଛି। ଜନ ହପକିନ୍ସ ଯୁନିଭର୍ସିଟିର ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରାୟ ୧୮୮ରୁ ଅଧିକ ଦେଶକୁ କରୋନା ଭାଇରସ୍ ବ୍ୟାପିଥିବା ବେଳେ ଏହାର ସଂକ୍ରମଣରେ ଏଯାବତ୍ ପ୍ରାୟ ୬ ଲକ୍ଷ ୪୫ ହଜାର ୧୯୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

ଏପରିକି ବିଶ୍ୱ ସଂକ୍ରମଣରେ ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ବ୍ରାଜିଲ୍ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଭାରତ ତୃତୀୟ ସ୍ଥାନରେ ରହିଥିବା ବେଳେ ୪ର୍ଥ ସ୍ଥାନରେ ରହିଛି ଋଷ ।

 

Leave a Reply

Your email address will not be published. Required fields are marked *