ପଶ୍ଚିମବଙ୍ଗ ନିର୍ବାଚନ, ଆଜି ନାମାଙ୍କନ ଭରିବେ ମମତା ବାନାର୍ଜୀ

କୋଲକାତା, (ଓଡିଶା ଟାଇମ୍) :ଆଜି ମମତାଙ୍କ ପ୍ରାର୍ଥିପତ୍ର ଦାଖଲ, ୧୧ରେ ଦଳୀୟ ଇସ୍ତାହାର । ଆଜି ନନ୍ଦିଗ୍ରାମରେ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମହାଶିବରାତ୍ରି ଅବସରରେ ସେ ଦଳର ନିର୍ବାଚନ ଇସ୍ତାହାର ଘୋଷଣା କରିବେ ବୋଲି କହିଛନ୍ତି।

ମମତା ବାନାର୍ଜୀ ଦିନ ସକାଳେ ସେ ନନ୍ଦିଗ୍ରାମଠାରେ ଶିବ ଆରାଧନା କରିବା ପରେ କୋଲକାତା ଫେରି ଇସ୍ତାହାର ଘୋଷଣା କରିବେ। ଏହା ପୂର୍ବରୁ ଆଜି ସେ ପ୍ରାର୍ଥିପତ୍ର ଦାଖଲ କରିବା ସମ୍ଭାବନା ରହିଛି। ପଶ୍ଚିମବଂଗରେ ଏବେ ନିର୍ବାଚନ ପ୍ରଚାର ଚରମ ସୀମାରେ ପହଂଚିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ନନ୍ଦିଗ୍ରାମରେ ପହଂଚି ପ୍ରଥମେ ଚା ଦୋକାନ ଯାଇଥିଲେ। ସେଠାରେ ଚା କରି ସ୍ଥାନୀୟ ଲୋକଙ୍କୁ ଦେଇଥିଲେ।

ଏହାପରେ ଜନସଭା ଯୋଗ ଦେଇେ ବିରୋଧୀ ବିଜେପିକୁ ଦେଇଥିଲେ ଚେତାବନୀ। କହିଥିଲେ କି , ମୋ ସାଂଗରେ ହିନ୍ଦୁ କାର୍ଡ ଖେଳ ନାହିଁ। ମୁଁ ବି ଜଣେ ସଚ୍ଚା ହିନ୍ଦୁ । ଚଣ୍ଡିପାଠ କରି ଘରୁ ସବୁ ଦିନ ବାହାରେ। ଏହା କହିବା ପରେ ସଭାସ୍ଥଳରେ ମମତା ଦିଦି ଚଣ୍ଡିପାଠ ମଧ୍ୟ ପଢିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ନନ୍ଦିଗ୍ରାମରେ ସେ ଆନ୍ଦୋଳନ କରୁଥିବା ବେଳେ ମଧ୍ୟ ଘରେ ତାଙ୍କର ସବୁଦିନ ଚଣ୍ଡିପାଠ ହେଉଥିଲା। ସେପେଟେ ସାଂପ୍ରଦାୟ ସଂପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରି ରାଜନୀତି କରୁଥିବା ଚେତାବନୀ ଦେଇଛନ୍ତି। ନନ୍ଦି ଗ୍ରାମର ଲୋକେ ସେମାନାଙ୍କ ଜାଲରେ ନ ଫସିବାକୁ ସେ ଦେଇଛନ୍ତି ପରାମର୍ଶ ।

Leave a Reply

Your email address will not be published.