ମେଡିସନ୍‌ ପାଇଁ ତିନି ଜଣଙ୍କୁ ନୋବେଲ ପୁରଷ୍କାର

ନ୍ୟୁୟର୍କ, (ଓଡିଶା ଟାଇମ୍) : ଚଳିତ ବର୍ଷ  ଫିଜିଓଲୋଜି ଓ ମେଡିସିନର ନୋବେଲ ପୁରସ୍କାର ସଂଯୁକ୍ତ ଭାବେ ହାର୍ବେ ଜେ ଅଲ୍ଟର, ମାଇକେଲ୍ ହଙ୍ଗଟନ୍ ଓ ଚାର୍ଲସ୍ ଏମ ରାଇଜଙ୍କୁ ଦିଆଯିବ । ହେପାଟାଇଟସ୍ ସି ଭାଇରସର ସନ୍ଧାନ କରିବା ପାଇଁ ଏହି ତିନି ବୈଜ୍ଞାନିକଙ୍କ ଅବଦାନ ରହିଛି । ତେଣୁ ଏହି  ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି ।

ପୁରସ୍କାର ଦେଉଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ହାର୍ବେ ଜେ ଅଲ୍ଟର, ମାଇକେଲ୍ ହଙ୍ଗଟନ୍ ଓ ଚାର୍ଲସ୍ ଏମ ରାଇଜ ଏକି ଗବେଷଣା କରି ହେପାଟାଇଟସ୍ ସି ଭାଇରସର ସନ୍ଧାନ କରିଥିଲେ । ଏହି ପୁରସ୍କାର ସେହି ତିନି ବୈଜ୍ଞାନିକଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ ଯେଉଁମାନେ ରକ୍ତଜନିତ ରୋଗ ହେପାଟାଇଟସ୍ ବିରୋଧରେ ନିର୍ଣ୍ଣାୟକ ଯୋଗଦାନ ଦେଇଥାନ୍ତି ।

ହେପାଟାଇଟସ୍ ବିଶ୍ୱର ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା । ଏହା ବିଭିନ୍ନ ଲୋକଙ୍କ ପାଇଁ ସିରୋସିସ୍ ଓ ଯକୃତ କ୍ୟାନସରର କାରଣ ହୋଇଥାଏ । ଏହାପୂର୍ବରୁ ହେପାଟାଇଟସ୍ ଏ ଓ ବି ଭାଇରସର ସନ୍ଧାନରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଇଥିଲା । ତେବେ ଅଧିକାଂଶ ରକ୍ତ ଜନିତ ହେପାଟାଇଟସ୍ ମାମଲାକୁ ଠାବ କରିହୁଏ ନାହିଁ ।

Leave a Reply

Your email address will not be published.