ଅନଲାଇନରେ ବିକିବୁ ନାହିଁ ମଦ,ଅଫଲାଇନ କରାଯାଉ: ମଦ ବ୍ୟବସାୟୀ ସଂଘ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ମଦର ହୋମ ଡେଲିଭରୀ ପାଇଁ ଅନୁମତି ମିଳିସାରିଛି । ଆଜିଠାରୁ ସାରା ରାଜ୍ୟରେ ମଦର ହୋମ୍ ଡେଲିଭରୀ ଆରମ୍ଭ ହୋଇଥିବା ବେଳେ କଟକରେ ଏହାକୁ ବିରୋଧ କରାଯାଇଛି । ମଦ ଦୋକାନ ବନ୍ଦ ରଖିବାକୁ କଟକ ମାଲିକ ସଂଘ ନିଷ୍ପତ୍ତି ନେଇଛି । ଦୋକାନ ଯେପରି ବନ୍ଦ ଥିଲା ସେମିତି ବନ୍ଦ ରଖିବୁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ସଂଘର କହିବା ଅନୁସାରେ କେବଳ ଅନଲାଇନରେ ମଦ ବିକିଲେ ବ୍ୟବସାୟୀମାନଙ୍କର ମାସିକ ଗ୍ୟାରେଣ୍ଟି କୋଟା ପୂରଣ ହେବ ନାହିଁ । ମାସିକ ଗ୍ୟାରେଣ୍ଟି କୋଟା ନିୟମ ଅନୁସାରେ ବ୍ୟବସାୟୀମାନେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ମଦ ବିକ୍ରି କରିବାକୁ ବାଧ୍ୟ । ସେତିକି ପରିମାଣର ମଦ ବିକ୍ରି କରି ନ ପାରିଲେ ମଦ ବ୍ୟବସାୟୀଙ୍କୁ ଜରିମ।ନା ଦେବାକୁ ପଡେ । ତେଣୁ ଏହା ଦ୍ବାରା ମଦ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେବେ ବୋଲି ସଂଘ କହିଛି । ତେଣୁ ଅନଲାଇନ ସହ ଅଫଲାଇନରେ ମଧ୍ୟ ମଦ ବିକ୍ରି ପାଇଁ ସରକାର ଅନୁମତି ଦେବା ପାଇଁ ବ୍ୟବସାୟୀ ସଂଘ ଦାବି କରିଛି । ଏହା ନହେଲେ କଟକରେ ବ୍ୟବସାୟୀମାନେ ମଦ ବିକିବେ ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ଆଜି ଅନଲାଇନେରେ ମଦ ଡେଲିଭରୀ ପାଇଁ ସରକାର ଅନୁମତି ଦେଇଥିଲେ ମଧ୍ୟ କୌଣସି ଦୋକାନୀ ଦୋକାନ ଖୋଲି ନ ଥିଲେ । ଡେଲିଭରୀ ବନ୍ଦ ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *