ଜୁଲାଇ ୩୧ ଯାଏଁ ପୁରୀ ମନା

ପୁରୀ, (ଓଡିଶା ଟାଇମ୍) : ଜୁଲାଇ ୩୧ ଯାଏଁ ପୁରୀକୁ ପ୍ରବେଶ କରିବା ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ବିନା କୌଣସି କାରଣରେ କେହି ଜିଲ୍ଲାରେ ପ୍ରବେଶ କରିପାରିବେ ନାହି ବୋଲି ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି ।

ସାରା ରାଜ୍ୟରେ ହୁହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨ ଦିନ ମଧ୍ୟରେ ୧୦୦୦ରୁ ଅଧିକ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀରେ ମଧ୍ୟ କୋଭିଡ୍ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ମଧ୍ୟରେ ପୁରୀ ଜିଲ୍ଲାପାଳ କହିଛନ୍ତି ଯେ, ୫ ତାରିକରୁ ଜୁଲାଇ ୩୧ ଯାଏଁ କେହି ପୁରୀକୁ ପ୍ରବେଶ କରିପାରିବେ ନାହିଁ । ବିନା କାରଣରେ ପ୍ରବେଶ ଉପରେ କଟକଣା ଲାଗିଛି । ପୁରୀକୁ ଆସିବାକୁ ହେଲେ ପଞ୍ଜୀକରଣ କରିବାକୁ ପଡିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published.