ବଦଳିଲା ଟେଣ୍ଡର ପରିଭାଷା: ୨୦୦ କୋଟି ଯାଏ ଗ୍ଲୋବାଲ୍ ଟେଣ୍ଡର ହେବ ନାହିଁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କେନ୍ଦ୍ର ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ସ୍ଵତନ୍ତ୍ର ପ୍ରୋତ୍ସାହନ ଘୋଷଣା କରିଛନ୍ତି। ସ୍ଥାନୀୟ ଶିଳ୍ପକୁ ଗୁରୁତ୍ଵ ଦେବା ଲାଗି ସରକାରୀ ଟେଣ୍ଡର ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛନ୍ତି। ଏହାଦ୍ଵାରା ୨୦୦ କୋଟି ଟଙ୍କା ଯାଏ ଗ୍ଲୋବାଲ୍ ଟେଣ୍ଡର ହେବ ନାହିଁ। ଏହା ଅଣୁ , କ୍ଷୁଦ୍ର ଶିଳ୍ପକୁ ସହାୟକ ହେବ। ସେମାନେ ପ୍ରତିଦ୍ଵନ୍ଦ୍ୱୀତା କରି ନପାରି ସରକାରୀ ସଂସ୍ଥାକୁ ଉତ୍ପାଦ ବିକ୍ରୀ କରିବା ଲାଗି ସମ୍ପନ୍ନ ହୋଇପାରୁ ନାହାନ୍ତି।
ଏହା ସ୍ଥାନୀୟ ଶିଳ୍ପକୁ ସହାୟକ ହେବ।