ସଟ୍‌ଡାଉନ୍‌ ପାଇଁ ୧୧ ଜିଲ୍ଲାରେ ମାଟ୍ରିକ୍‌ ଖାତାଦେଖା ବନ୍ଦ

ଭୁବନେଶ୍ବର, (ଓଡିଶା ଟାଇମ୍) : ସଟ୍‌ଡାଉନ୍‌ ଘୋଷଣା ହୋଇଥିବା ୧୧ ଜିଲ୍ଲାରେ ଶନିବାର, ରବିବାର ମାଟ୍ରିକ୍‌ ଖାତାଦେଖା ବନ୍ଦ ହୋଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ୧୧ଜିଲ୍ଲା ସଟଡ଼ାଉନ ରଖିବାକୁ ସରକାର ଘୋଷଣା କରିଛନ୍ତି । ତେଣୁ ୧୧ଜିଲ୍ଲାରେ ଜୁନ ମାସରେ ୮ଦିନ ମାଟ୍ରିକ ଖାତା ଦେଖା ବନ୍ଦ ରହିବ । ଏନେଇ ବୋର୍ଡ଼ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଏହାସହ ସଟଡ଼ାଉନରେ ବନ୍ଦ ରହିବାକୁ ଥିବା ୮ଦିନର କାମ ଭରଣା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

କରୋନା ମୁକାବିଲା ପାଇଁ ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାରେ ସଟ୍‌ଡାଉନ୍ ଘୋଷଣା ହୋଇଛି। ମାଟ୍ରିକ୍‌ ଖାତାଦେଖା ପାଇଁ ୬୦ଟି ମୂଲ୍ୟାୟନ୍ କେନ୍ଦ୍ର ହୋଇଛି ।

Leave a Reply

Your email address will not be published.