ଦକ୍ଷିଣ ଓଡ଼ିଶାର କୌଣସି ଜଳ ଭଣ୍ଡାରରେ ବିପଦ ନାହିଁ : ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ଵର, (ଓଡିଶା ଟାଇମ୍): ସମ୍ଭାବ୍ୟ ବାତ୍ୟା ନେଇ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ । ଦକ୍ଷିଣ ଓଡ଼ିଶାର କୌଣସି ଜଳ ଭଣ୍ଡାରରେ ବିପଦ ନାହିଁ । ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଦକ୍ଷିଣ ଓଡ଼ିଶାର ବନ୍ୟା ପରିସ୍ଥିତି ନେଇ ଜଳ ସମ୍ପଦ ବିଭାଗ ସତର୍କ ଦୃଷ୍ଟି ରଖିଛି ।

ଦକ୍ଷିଣ ଓଡିଶାରେ ଋଷିକୂଲ୍ୟା ଓ ବଂଶଧାରା ଓ ନାଗାବଳୀ ନଦୀ ଅବବାହିକାରେ ଜଳ ସମ୍ପଦ ବିଭାଗର ଅଧିକାରୀମାନଙ୍କୁ ମୁତୟନ କରାଯାଇଛି । ପ୍ରତି ମୁହୂର୍ତ୍ତରେ ମୁଖ୍ୟାଳୟକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିନ ସମୟରେ ଆମେ ଚେକ୍ କରୁଛୁ । ଆନ୍ଧ୍ର ସରକାରଙ୍କ ଗୋଟା ବ୍ୟାରେଜ ନେଇ ଆନ୍ଧ୍ର ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ପାରଳାଖେମୁଣ୍ଡିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସେଠାକୁ ଯାଇଛନ୍ତି ସେଠୁ ସେ ଆମକୁ ରିପୋର୍ଟ ଦେବେ ।

Leave a Reply

Your email address will not be published. Required fields are marked *