ହସ୍ପିଟାଲରେ ଆଡମିଶନ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ: କେନ୍ଦ୍ର
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଉ ରୋଗୀଙ୍କୁ ଦରକାର ପଡିବନି କୋଭିଡ୍ ରିପୋର୍ଟ । ଏଣିକି କରୋନା ଟେଷ୍ଟିଂ ରିପୋର୍ଟ ନଥିଲେ ବି ରୋଗୀଙ୍କୁ ଡାକ୍ତରଖାନାରେ ଆଡମିଶନ୍ କରିହେବ । କୋଭିଡ୍ ଗାଇଡ୍ଲାଇନରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଏହି ନିୟମ ଆଧାରରେ ସନ୍ଧିଗ୍ଧ କରୋନା ରୋଗୀଙ୍କୁ ଆଉ ପ୍ରଥମ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ହେବନାହିଁ । ସେମାନେ ଚାହିଁଲେ ସିଧାସଳଖ କୋଭିଡ୍ ହସ୍ପିଟାଲରେ ଆଡମିଟ୍ ହୋଇପାରିବେ । ଏ ନେଇ ଘୋଷଣା କରିଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ ।
ପୂର୍ବରୁ କରୋନା ଲକ୍ଷଣ ଦେଖାଗଲେ କିମ୍ବା ସନ୍ଦେହ ହେଲେ ପ୍ରଥମେ ରିପୋର୍ଟ ଦେଖାଇବାକୁ ପଡୁଥିଲା । ହସ୍ପିଟାଲଗୁଡିକ କୋଭିଡ୍ ରିପୋର୍ଟ ଦେଖିବା ପରେ ରୋଗୀଙ୍କୁ ହସ୍ପିଟାଲରେ ବେଡ୍ ଦେଉଥିଲେ । କିନ୍ତୁ ବର୍ତ୍ତମାନ ସେ ଗାଇଡ୍ଲାଇନ୍ରେ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । କୋଭିଡ୍ ରିପୋର୍ଟ ନୁହେଁ ରୋଗୀ ଚାହିଁଲେ ସିଧାସଳଖ ଆଡମିଶନ୍ ଦେବେ ସଂପୃକ୍ତ ହସ୍ପିଟାଲ ।