ହଟିଲା କଟକଣା : ୨୧ରୁ ଦରକାର ପଡିବନି କୋଭିଡ଼୍‌ ନେଗେଟିଭ୍‌ ରିପୋର୍ଟ

ପୁରୀ, (ଓଡିଶା ଟାଇମ୍) :ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ବସିଥିବା  ବୈଠକ ଶେଷ ହୋଇଛି । ଏଣିକି ଭକ୍ତମାନେ ସିଧା ଠାକୁରଙ୍କୁ ଦର୍ଶନ କରିପାରିବେ । ଆଉ ଦରକାର ପଡିବନି କୋଭିଡ ନେଗେଟିଭ୍‌ ରିପୋର୍ଟ । ଏହି ନିୟମ ଆସନ୍ତା ୨୧ତାରିଖ ଲାଗୁ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନେଇଛି ।

ପୁରୀରେ ଜଗନ୍ନାଥ ଦର୍ଶନ ନେଇ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଦର୍ଶନ କଟକଣା କୋହଳ ନେଇ ଆଲୋଚନା ହୋଇଥିଲା । ଆଲୋଚନାରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସକ, ସିଡିଏମଓ, ଉପଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନେ ସାମିଲ ଥିଲେ । ଆଲୋଚନାରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ସେବାୟତ ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲା । କୋଭିଡ୍ ନେଗେଟିଭ ସାର୍ଟିଫିକେଟ ପାଇଁ ଦର୍ଶନାର୍ଥୀଙ୍କ ସଂଖ୍ୟା ହ୍ରାସ ପାଉଥିବା ଅଭିଯୋଗ ଆସିଥିଲା । ତେବେ ଆଜି ଆଜିର ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ , ଆସନ୍ତା ୨୧ରୁ ବିନା କୋଭିଡ଼ ରିପୋର୍ଟରେ ଭକ୍ତଙ୍କୁ ମିଳିବ ମହାପ୍ରଭୁଙ୍କ ଦର୍ଶନ । ୨୧ ତାରିଖରୁ ସକାଳ ୭ଟାରୁ ଲୋକେ ଠାକୁରଙ୍କ କରିପାରିବେ ଦର୍ଶନ । ୨୧ ତାରିଖରୁ ପ୍ରଥମେ ଦୈନିକ ୩୦ ହଜାର ଲୋକେ କରି ପାରିବେ ଦର୍ଶନ ।  କେବେଳ କୋଭିଡ ରିପୋର୍ଟରେ କଟକଣା କୋହଳ କରାଯାଇଛି । ଆଉ ସମସ୍ତ କଟକଣା ପୂର୍ବପରି ଜାରି ରହିବ । ଯେପରି ସାମାଜିକ ଦୂରତା, ମାସ୍କ, ଥର୍ମାଲ ସ୍କ୍ରିନିଂ ଆଦି ଜାରି ରହିବ । ତେବେ ସପ୍ତାହରେ ଗୋଟିଏ ଦିନ ବନ୍ଦ ରହିବ ଜଗନ୍ନାଥ ଦର୍ଶନ ।

Leave a Reply

Your email address will not be published.