ରାସ୍ତାରେ ଆଉ ଚାଲି ପାରିବନି ୨୦ ବର୍ଷର ପୁରୁଣା ଗାଡି
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :୨୦୨୧-୨୨ ଆର୍ଥିକ ବଜେଟ୍ର ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ସ୍କ୍ରାପ୍ ପଲିସି ତ୍ୱରାନ୍ୱିତ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାଦ୍ୱାରା ପ୍ରଦୂଷଣ ମୁକ୍ତ ହେବା ସହିତ ଇନ୍ଧନ ସଞ୍ଚୟ ମଧ୍ୟ ହୋଇପାରିବ ବୋଲି ନିର୍ମଳା କହିଛନ୍ତି। ଏଥିପାଇଁ ଘରୋଇ ଗାଡ଼ି ପାଇଁ ୨୦ ବର୍ଷ, କମର୍ସିଆଲ ପାଇଁ ୧୫ ବର୍ଷ ସମୟ ଧାର୍ଯ୍ୟ କରାଯାଇଛି।
ନୂଆ ଭେଇକଲ ସ୍କାର୍ପିଂ ପିଲିସି ଅନୁସାରେ ଘରୋଇ ଗାଡ଼ିଗୁଡ଼ିକ ପାଇଁ ୨୦ ବର୍ଷ ଚାଲିବା ପରେ ଗାଡ଼ିର ଫିଟ୍ନେସ୍ ଟେଷ୍ଟ କରିବାକୁ ପଡ଼ିବ ସେହିପରି କମର୍ସିଆଲ୍ ଗାଡ଼ିଗୁଡ଼ିକ ୧୫ ବର୍ଷ ପରେ ଫିଟ୍ନେସ୍ ଟେଷ୍ଟ କରିବେ ବୋଲି ଘୋଷଣା କରିଛନ୍ତି ନିର୍ମଳା।
ଏନେଇ ନିର୍ମଳା ଘୋଷଣା କରିଛନ୍ତି ” ପୁରୁଣା ଅଚଳ ଗାଡ଼ିଗୁଡ଼ିକ ହଟାଇବା ପାଇଁ ଅମେ ଭେଇକଲ ସ୍କାର୍ପିଂ ପଲିସି ଘୋଷଣା କରୁଛୁ। ଏହାଦ୍ୱାରା ଇନ୍ଧନ ସଞ୍ଚିତ ପରିବେଷ ଅନୁକୁଳ ଯାନବାହନ ଯାତାୟତରେ ସହଯୋଗ କରିବ। ପ୍ରଦୂଷଣ କମିବ, ଏବଂ ଇନ୍ଧନ କିଣିବା ଖର୍ଚ୍ଚ ମଧ୍ୟ କମିବ। ଏହି ପଲିସି ଅନ୍ତର୍ଭୁକ୍ତ ଗାଡ଼ିଗୁଡ଼ିକ ସ୍ୱଂୟଚାଳିତ ଫିଟ୍ନେସ ସେଣ୍ଟରରେ ଫିଟ୍ନେସ୍ ଟେଷ୍ଟ କରିବେ। ବ୍ୟକ୍ତଗତ ଯାନବାହନଗୁଡ଼ିକୁ ୨୦ ବର୍ଷ ପରେ ଫିଟ୍ନେସ୍ ଟେଷ୍ଟ କରିବାକୁ ପଡ଼ିବ। ସେହିପରି ବାଣିଜ୍ୟିକ କ୍ଷେତ୍ରରେ ବ୍ୟବହାର ହେଉଥିବା ଗାଡ଼ିଗୁଡ଼ିକୁ ୧୫ ପରେ ଫିଟ୍ନେସ୍ ଟେଷ୍ଟ କରିବାକୁ ହେବ।” ତେବେ ଭେଇକଲ ସ୍କାର୍ପିଂ ପିଲିସି ସମ୍ପର୍କିତ ଅଧିକ ତଥ୍ୟ ପରେ ମିଳିଯିବ ବୋଲି ନିର୍ମଳା କହିଛନ୍ତି