ଭିକାରୀମୁକ୍ତ ହେବ ଏକାମ୍ରକ୍ଷେତ୍ର

ଭୁବନେଶ୍ବର, (ଓଡିଶା ଟାଇମ୍) :ଏକାମ୍ରକ୍ଷେତ୍ର ହେବ ଭିକାରୀ ମୁକ୍ତ । ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ର ଅଞ୍ଚଳକୁ ଭିକାରୀମୁକ୍ତ କରାଯିବା ନେଇ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଏକାମ୍ର ଯୋଜନାରେ ଏହି କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନେଇଛନ୍ତି ବିଏମ୍‌ସି ଓ ବିଡିଏ । ‘ସହାୟ’ ଯୋଜନା ଆଧାରରେ ଭିକାରୀମାନଙ୍କୁ ଥଇଥାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାକୁ ସଫଳ କରିବା ଲାଗି ଏନ୍‌ଜିଓଙ୍କ ସହାୟତା ନିଆଯିବ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ।

ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଏକାମ୍ରକ୍ଷେତ୍ରର ଅନ୍ୟାନ୍ୟ ମନ୍ଦିର ନିକଟରେ ଭିକାରୀଙ୍କ ସଂଖ୍ୟା ବଢ଼ୁଛି। ଏକାମ୍ରକ୍ଷେତ୍ର ସୌନ୍ଦର୍ଯ୍ୟକରଣ ଯୋଜନାରେ,  ଭିକାରୀଙ୍କ ଭିକ୍ଷାବୃତ୍ତି ନିବାରଣ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ ।  ଏକାମ୍ରକ୍ଷେତ୍ର ଅଞ୍ଚଳରେ ଭିକାରୀ ଚିହ୍ନଟ ପାଇଁ ଏବେ ସର୍ଭେ ଚଳାଇଛି ବିଏମସି। ଚିହ୍ନଟ ଭିକାରୀଙ୍କୁ ସହାୟ ଯୋଜନା ମୁତାବକ ଥଇଥାନ କରାଯିବା ନେଇ ବ୍ୟବସ୍ଥ ହୋଇଛି। ଯେଉଁ ଭିକାରୀମାନେ ନିଜ ଘରକୁ ଫେରି ଯିବାକୁ ଚାହିଁବେ ସେମାନଙ୍କୁ ଘରେ ପହଞ୍ଚାଇବାରେ ସରକାର ସାହାଯ୍ୟ କରିବେ ।

ଏତତ୍ ବ୍ୟତୀତ, ଅସହାୟ ଓ ନିରାଶ୍ରୟ ଭିକାରୀଙ୍କୁ ସେଲଟର ହୋମ୍‌ରେ ରଖାଯିହ। ଏଥିଲାଗି ବିଏମ୍‌ସି ପକ୍ଷରୁ କିଛି ଏନ୍‌ଜିଓଙ୍କ ସହଯୋଗ ନିଆଯାଇଛି। ସେମାନେ ଭିକାରୀ ଚିହ୍ନଟ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏବେ ସେମାନେ ରାସ୍ତା କଡ଼ରେ ବୁଲୁଥିବା ଭିକାରୀଙ୍କୁ ଥଇଥାନ କରିବାରେ ସାହାଯ୍ୟ କରୁଛନ୍ତି ।

Leave a Reply

Your email address will not be published.