ଆସନ୍ତାକାଲି ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ

ପାଟନା, (ଓଡିଶା ଟାଇମ୍) :ବିହାରରେ ନୂଆ ସରକାର ଗଠନର ଚିତ୍ର ସ୍ପଷ୍ଟ ହୋଇଛି। ଆସନ୍ତାକାଲି ନୀତୀଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ସୁଶୀଲ ମୋଦୀ ଏବଂ ବିହାର ସରକାରଙ୍କ କ୍ୟାବିନେଟର ଅନେକ ସଦସ୍ୟ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

ରବିବାର ଦିନ ବିହାରରେ ନୂଆ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଇଥିଲା। ପାଟନାରେ ନୀତୀଶ କୁମାରଙ୍କୁ ସର୍ବସମ୍ମତି କ୍ରମେ ଜେଡିୟୁ ବିଧାନମଣ୍ଡଳ ନେତା ଭାବେ ନିର୍ବାଚିତ କରାଯାଇଥିଲା। ଦିଲ୍ଲୀରୁ ପାଟନାରେ ପହଞ୍ଚିଥିବା ରାଜନାଥ ସିଂହ ଦଳର ବିଧାୟକଙ୍କ ସହ ବୈଠକ କରିଥିଲେ ଓ ପରେ ଏନଡିଏ ନେତାଙ୍କ ସହ ଆଲୋଚନା କରିଥିଲେ।

ଇତିମଧ୍ୟରେ ନୀତୀଶ କୁମାର ଆସନ୍ତାକାଲି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଶପଥ ଗ୍ରହଣ କାର୍ଯ୍ୟକ୍ରମ ସକାଳ ସାଢେ ୧୧ଟା ରୁ ଅପରାହ୍ନ ସାଢେ ୩ଟା ମଧ୍ୟରେ ଯେକୌଣସି ସମୟରେ ହୋଇପାରେ।

Leave a Reply

Your email address will not be published. Required fields are marked *