ଆସିଲା ଭାରତର ପ୍ରଥମ ହାଇଡ୍ରୋଜେନ କାର, ସଂସଦ ଯାଏଁ ଯାତ୍ରା କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତ ମାଟିରେ ଗଡିଛି ହାଇଡ୍ରୋଜନ ଚାଳିତ କାର । ଯାହାକି ପ୍ରଥମ ଘଟଣା । ପୂର୍ବରୁ ପେଟ୍ରୋଲ, ଜିଡେଲରେ ପ୍ରତି ସଡକରେ ଚାଲୁଥିଲା ଗାଡି । ହେଲେ ଦୀର୍ଘଦିନର ଅପେକ୍ଷା ପରେ ଆଜି ପ୍ରଥମଥର ପାଇଁ ଭାରତୀୟ ସଡକରେ ଚାଲିଛି ଏହି କାର୍ । ଆଉ ପ୍ରଥମ କରି ଏହି କାରରେ ଯାତ୍ରା କରିଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତୀନ ଗଡକରୀ । ସେ ଏହି ହାଇଡ୍ରୋଜନ କାରରେ ବସି ସଂସଦ ଭବନ ଆସିଥିଲେ ।

ମନ୍ତ୍ରୀ ମଧ୍ୟ କାର ଚଢି ଗଡକରୀ ସଂସଦରେ ପହଂଚିବା ପରେ ସେଠାରେ ଥିବା ଦେଖଣାହାରୀ ତାଜୁବ ହୋଇଯାଇଥିଲେ । ଏହି କାରର ରହିଛି ଖାସିୟତ । ସ୍ୱଚ୍ଛ ଇନ୍ଧନରେ ଚାଲୁଥିବା ଏହି କାର ପରିବେଶ ପ୍ରଦୂଷଣ ରୋକିବାରେ ସହାୟକ ହେବ । ଟୋୟଟା କମ୍ପାନୀ ଦ୍ୱାରା ଏହି କାରକୁ ପାଇଲଟ ପ୍ରୋଜେକ୍ଟ ଭାବେ ପ୍ରସ୍ତୁତ କରାଯାଇଛି ।

ଏହି କାରରେ ରହିଛି ଆଡଭାନ୍ସ ଫ୍ୟୁଏଲ ସେଲ । ଏହା ଫଳରେ ଏହି ଆଡଭାନ୍ସ ସେଲ ଅକ୍ସିଜେନ ଓ ହାଇଡ୍ରୋଜନ ମିଶ୍ରଣରେ ବିଦ୍ୟୁତ୍ ପ୍ରସ୍ତୁତ କରିବ ଓ ଏହି ବିଦ୍ୟୁତ୍ ସହାୟତାରେ କାର ଚାଲିବ । ସାଧାରଣ କାରରୁ ଧୂଆଁ ବାହାରୁ ଥିବା ବେଳେ ଏହି ହାଇଡ୍ରୋଜନ କାରରୁ କେବଳ ବିଷର୍ଜନ ଭାବେ ପାଣି ନିର୍ଗତ ହେବ ।

Leave a Reply

Your email address will not be published. Required fields are marked *