ପରଲୋକରେ ‘ଦ୍ରିଶ୍ୟମ’ ନିର୍ଦ୍ଦେଶକ ନିଶିକାନ୍ତ

ମୁମ୍ବାଇ, (ଓଡିଶା ଟାଇମ୍) : ଚଳଚ୍ଚିତ୍ର ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ପରଲୋକ ହୋଇଯାଇଛି । ଗତ କିଛିଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା । ସେ ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଲୋଜିରେ ଭର୍ତ୍ତି ହୋଇଥିଲେ । କୁହାଯାଉଛି ଯେ, ତାଙ୍କୁ ଆଇସିୟୁରେ ରଖାଯାଇଥିଲା । କିନ୍ତୁ ତାଙ୍କ ସ୍ଥିତି ସ୍ଥିର ଥିଲା ।

ପରେ ଶରୀରରେ ବିଭିନ୍ନ ଅଙ୍ଗ କାମ କରିବା ବନ୍ଦ କରିବା ପରେ ନିଶିକାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ 50 ବର୍ଷ ହୋଇଥିଲେ । ନିଶିକାନ୍ତଙ୍କ ମୃତ୍ୟୁ ଖବର ପ୍ରଥମେ ଆକ୍ଟର ରିତେଶ ଦେଶମୁଖ ଟ୍ୱିଟ୍‌ କରି ଜଣାଇଥିଲେ ।

ନିର୍ଦ୍ଦେଶକ କମାତ ନିଜର କାର୍ଯ୍ୟ ପାଇଁ ବେଶ ପରିଚିତ । ସୁପର ହିଟ୍‌ ଫିଲ୍ମ ‘ଦ୍ରିଶ୍ୟମ’ର ନିର୍ଦ୍ଦେଶନା ଦେଇଥିଲେ ନିଶିକାନ୍ତ । ଏହାସହ ‘ମଦାରୀ’, ‘ରକି ହ୍ୟାଣ୍ଡସମ୍‌’ ଭଳି ଫିଲ୍ମର ମଧ୍ୟ ନିର୍ଦ୍ଦେଶକ ଥିଲେ ନିଶିକାନ୍ତ କମାତ ।

କମାତ କାମଳ ଏବଂ ପେଟ ଯନ୍ତ୍ରଣା ଅନୁଭବ କରିବା ପରେ ଟେଷ୍ଟ କରାଇଥିଲେ ।  ଯାଞ୍ଚ ପରେ ସେ କ୍ରୋନିକ୍ ଲିଭର ଡିଜିଜ ଏବଂ ଆଉ କିଛି ସଂକ୍ରମଣ ଶିକାର ହୋଇଥିବା ଜଣାପଡ଼ିଥିଲା । ଅଗଷ୍ଟ ୧୩ ତାରିଖରେ ହସ୍ପିଟାଲ୍ ତରଫରୁ ଜାରି ହୋଇଥିବା ଆଧିକାରିକ ଷ୍ଟେଟମେଣ୍ଟରେ ତାଙ୍କୁ ବିପଦମୁକ୍ତ ଥିବା କୁହାଯାଇଥିଲା । ସେ ସେହି ସମୟରେ ମଧ୍ୟ ଆଇସିୟୁରେ ଡାକ୍ତରଙ୍କ ନିରୀକ୍ଷଣରେ ଥିଲେ ।

କମାତ ୨୦୦୫ ମସିହାରେ ମରାଠୀ ଫିଲ୍ମ ‘ଡୋମ୍ବିବଲି ଫାଷ୍ଟ’ରୁ ନିର୍ଦେଶନାରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ସେହି ବର୍ଷ ସବୁଠୁ ବଡ଼ ହିଟ୍ ମରାଠୀ ଫିଲ୍ମରୁ ଗୋଟିଏ ଥିଲା । ଏହି ଫିଲ୍ମକୁ ବେଷ୍ଟ ଫିଚର ଫିଲ୍ମ ମରାଠୀର ନ୍ୟାସନାଲ୍ ଆୱାର୍ଡ ମଧ୍ୟ ମିଳିଥିଲା ।

Leave a Reply

Your email address will not be published.