ଦେଶର ଆର୍ଥିକ ଅବସ୍ଥାରେ ଦ୍ରୁତ ସୁଧାର ଆସିଛି : ନିର୍ମଳା ସୀତାରମଣ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କରୋନା ମହାମାରୀ ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥା ଉପରେ ଯେଉଁ ଆର୍ଥିକ ଚାପ ପଡିଥିଲା ତାହା ବର୍ତ୍ତମାନ ସୁଧାର ଆସିଛି। ଦେଶର ଅର୍ଥବ୍ୟବସ୍ଥାରେ ଦ୍ରୁତ ଗତିରେ ସୁଧାର ଆସିଛି। ଏନେଇ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶର ଆର୍ଥିକ ଅବସ୍ଥାରେ ଦ୍ରୁତ ସୁଧାର ଆସିଛି। ସାମ୍ପ୍ରତିକ ପରିସଂଖ୍ୟାନ ଅର୍ଥନୀତିରେ ଉନ୍ନତି ପରିଲକ୍ଷିତ ହେବା ସହ ଅକ୍ଟୋବର- ଡିସେମ୍ବର ତ୍ରୟମାସିକରେ ଅର୍ଥବ୍ୟବସ୍ଥାରେ ସକରାତ୍ମକ ଅଭିବୃଦ୍ଧି ହୋଇପାରେ ବୋଲି ରିଜର୍ଭ ବ୍ୟାଙ୍କ ସୂଚାଇ ଦେଇଥିବା ସୀତାରମଣ କହିଛନ୍ତି।

ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇଛି । ସେୟାର ବଜାରର ସ୍ଥିତି ମଧ୍ୟ ଭଲ ରହିଛି। ମୁଡିସ୍‌ ମଧ୍ୟ ଭାରତର ଅର୍ଥବ୍ୟବସ୍ଥାର ରେଟିଂରେ ଉନ୍ନତି ଆଣିଛି। ପୂର୍ବରୁ ଦେଶର ଅର୍ଥବ୍ୟବସ୍ଥା ନେଇ ମୁଡିସ୍‌ର ଯେଉଁ ରେଟିଂ ଥିଲା ସେହି ସ୍ଥିତିରେ ବହୁ ସୁଧାର ଆସିଛି। ଏଥି ସହିତ ରେଳବାଇରେ ମାଲ ପରିବହନ ୨୦% ବୃଦ୍ଧି ପାଇଛି। ବ୍ୟାଙ୍କ ଋଣ ବିତରଣ ମଧ୍ୟ ୫ ପ୍ରତିଶତ ବୃଦ୍ଧି ପାଇଛି। ବ୍ୟାଙ୍କଗୁଡିକ ଅଧିକ ଋଣ ଦେଇଛନ୍ତି ।

ଦେଶରେ ନିବେଶ ବଢିବାରେ ଲାଗିଛି । ଆତ୍ମନିର୍ଭର ଭାରତ ଯୋଜନାରେ ବହୁ ପଦକ୍ଷେପ ନିଆଯାଇଛି । ୧.୫୭ ଲକ୍ଷ ଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ଦିଆଯାଇଛି । ମତ୍ସ୍ୟ ସମ୍ପଦ ଯୋଜନାରେ ଚାଷୀଙ୍କୁ ଲାଭ ମିଳିଛି। ଅକ୍ଟୋବର- ଡିସେମ୍ବର ତ୍ରୟମାସିକରେ ଅର୍ଥନୀତିରେ ଉନ୍ନତି ହେବ।  ଏଫ୍‌ପିଆଇ ର ନିଟ୍ ବିନିଯୋଗ ମଧ୍ୟ ସକରାତ୍ମକ ହୋଇଛି । ଜିଏସ୍ଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇଛି । ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ୫୬୦ ବିଲିୟନ ଡ଼ଲାର ରେକର୍ଡରେ ପହଞ୍ଚିଛି।

Leave a Reply

Your email address will not be published.