୩୧ ଡିସେମ୍ବର ରାତି ୧୦ଟାରୁ ନୂଆବର୍ଷ ସକାଳ ୫ଟା ଯାଏଁ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ଫିକା ପଡ଼ିବ ଏ ବର୍ଷର ଶେଷ ରାତି, ଏଥର ହେବନି ଜିରୋ ନାଇଟ୍‌ ସେଲିବ୍ରେସନ୍‌। ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ମନା ହୋଇଥିବା ବେଳେ ଏବେ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗିବ।

ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର(SRC) ସୂଚନା ଦେଇଛନ୍ତି। ଏହାସହ ନାଇଟ କର୍ଫ୍ୟୁ ପାଇଁ ସହଯୋଗ କରିବାକୁ SRC ନିବେଦନ କରିଛନ୍ତି। ତେବେ ଏହି ସମୟରେ ସବୁ ଅତ୍ୟାବଶ୍ୟକ ସେବା ଜାରି ରହିବ ବୋଲି SRC ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *