ଆଗାମୀ ମାସେ ଆମ ପାଇଁ ଚାଲେଞ୍ଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଲକଡାଉନର ପ୍ରାୟ ୨ ମାସ ପରେ ବିମାନ ସେବା, ରେଳ ଚଳା ଚଳ ଆରମ୍ଭ ହୋଇଛି । ଯାହାକି ସଂକ୍ରମଣ ବଢିବାର ଆସଙ୍କା ରହିଛି । ଏପରି ସ୍ଥିତିରେ ଆଗାମୀ ୧୫ ଦିନରୁ ମାସେ ଆମ ପାଇଁ ଚାଲେଞ୍ଜ ହେବ । କୋରୋନା ସମୀକ୍ଷା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ମନ୍ତବ୍ୟ ଦେଇଛନ୍ତି ।

ସୂଚନାମୁତବାକ, ଆଜି ଭିଡ଼ିଓ କନଫରେନ୍ସ ମାଧ୍ୟମରେ କରୋନା ସ୍ଥିତି ନେଇ ସଚିବଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଥିଲେ । ସେହି ବୈଠକରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଗୃହ ସଚିବ ଉପସ୍ଥିତ ରହିଥିଲେ । ଆଗାମୀ ୧୫ଦିନରୁ ୧ମାସ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି । ବିମାନ ଓ ରେଳ ଚଳାଚଳ ସହ ଚାଲେଞ୍ଜର ସମ୍ମୁଖୀନ ହେବୁ । ଏହାକୁ ଉପଯୁକ୍ତ ଢ଼ଙ୍ଗରେ ମୁକାବିଲା କରିବୁ ବୋଲି ସେ କହିଛନ୍ତି । ଆମେ ଦୁଇ ମାସ ଧରି ଳକଡାଉନ ଭିତରେ ରହିଛୁ । ଏହି ସମୟରେ ଆମେ ଅନେକ ଉପଲବ୍ଧି ହାସଲ କରିଛୁ । ମାନବୀୟ ଚେହେରା ସହ ବୃତ୍ତିଗତ ଢ଼ଙ୍ଗରେ ପରିଚାଳନା କରିବୁ । ବୈଜ୍ଞାନିକ, ସାମାଜିକ, ପ୍ରଶାସନିକ ସ୍ତରରେ ଅନେକ ଶିକ୍ଷା ମିଳିଛି । ଏହାକୁ ଆଧାର କରି ପୁନଃନିର୍ମାଣ କାର୍ୟ୍ୟ କରିବାକୁ ପଡ଼ିବ । ଫଳରେ ଅର୍ଥନୈତିକ, ଜୀବିକା କାର୍ୟ୍ୟକଳାପ ସ୍ୱାଭାବିକ ହେବ । ସାମାଜିକ ଦୂରତା, ମାସ୍କ , ହାତଧୂଆ ଦ୍ୱାରା ମାହାମାରୀ ବିସ୍ତାରିତ ରୋକିହେବ । କିନ୍ତୁ ସାମାଜିକ ଦୂରତା, ସାମାଜିକ ବୟକଟ ନୁହଁ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published.