ସୋମବାର ୯.୭୫ କୋଟି କୃଷକଙ୍କୁ ମିଳିବ ପିଏମ କିଷାନ ଯୋଜନାର ନବମ କିସ୍ତି

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଧାରରେ କୃଷକଙ୍କ ଖାତାକୁ ୨୦୦୦  ଟଙ୍କା କିସ୍ତି ଆସିବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ କିଷାନ ଯୋଜନାର ନବମ କିସ୍ତି ସୋମବାର ଅର୍ଥାତ ଅଗଷ୍ଟ ୯ରେ  ଜାରି କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅର୍ଥାତ ଅଗଷ୍ଟ ୯ ତାରିଖ ଅପରାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍ସ ଜରିଆରେ ୯.୭୫ କୋଟିରୁ ଅଧିକ ଲାଭାର୍ଥୀଙ୍କ ଆକାଉଣ୍ଟକୁ ୧୯,୫୦୦ କୋଟି ଟଙ୍କାରୁ ଅଧିକ ଧନରାଶି ପଠାଇବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ  MyGovIndia ଟ୍ଵିଟର ହ୍ୟାଣ୍ଡେଲରେ ଏହାର ସୂଚନା ଦିଆଯାଇଛି।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଧାରରେ ପଞ୍ଜୀକୃତ କୃଷକଙ୍କ ପରିବାରକୁ ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି। ଏହି ହିସାବରେ ପ୍ରତି ଚାରି ମାସରେ ୨୦୦୦ ଟଙ୍କା ତିନୋଟି କିସ୍ତିରେ ପ୍ରଦାନ କରାଯାଉଛି। ସରକାର ଏହି ଟଙ୍କା କୃଷକଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରୁଛନ୍ତି। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ଵାରା ଏହି ଯୋଜନାରେ ଅଦ୍ୟାବଧି ୧.୩୮ ଲକ୍ଷ କୋଟି ଟଙ୍କାରୁ ଅଧିକ ଧନରାଶି ଲାଭାର୍ଥୀଙ୍କ ଆକାଉଣ୍ଟରେ ଜମା କରାଗଲାଣି।

Leave a Reply

Your email address will not be published. Required fields are marked *