ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଡାଉ
ଭୁବନେଶ୍ବର, (ଓଡିଶା ଟାଇମ୍) : ବଲାଙ୍ଗୀର ଜିଲା ଟିଟିଲାଗଡ ଅନ୍ତର୍ଗତ ମୁରିବାହାଲ ରେଞ୍ଜରଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଡାଉ କରାଯାଇଥିବା ଗୁରୁବାର ଜଣାପଡିଛି। ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢାଉ। ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି।
ଟିଟିଲାଗଡ ହାଟପଦା ସ୍ଥିତ ଘରେ, ମୁରିବାହାଲ ରେଞ୍ଜ କାର୍ଯ୍ୟାଳୟ ଓ ବେଲପଦର ଫାର୍ମ ହାଉସରେ ଚଢାଉ ଚାଲିଛି। ନଗଦ ଟଙ୍କା, ବ୍ୟାଙ୍କ, ବୀମା କାଗଜପତ୍ର ଯାଞ୍ଚ ସହ ଚଢାଉ ଜାରି ରହିଛି ।